BREAKING
Loading...
:

ନାଗଫାସ ବନ୍ଧନ ଓ କୁମ୍ଭକର୍ଣ୍ଣ ବଧ

 ନାଗଫାସ ବନ୍ଧନ ଓ କୁମ୍ଭକର୍ଣ୍ଣ ବଧ

  ଦଶପଲ୍ଲା : -  ( ଶିବାନୀ ଦୀପାଞ୍ଜଳୀ) ଲଙ୍କାପୋଡି ଯାତ୍ରାର କୁମ୍ଭକର୍ଣ୍ଣବଧ ପ୍ରଶଙ୍ଗଟି ସବୁଠାରୁ ଆକର୍ଷଣୀୟ ଓ ସବୁଠାରୁ ସଂଘର୍ଷମୟ ଅଧ୍ୟାୟ । ଯୁଦ୍ଧ ଆରମ୍ଭ ପୂର୍ବରୁ ଶ୍ରୀ ରାମଚନ୍ଦ୍ର ଦୂତ ଭାବରେ ଚିଟାଉ ଦେଇ ଅଙ୍ଗଦଙ୍କୁ ରାବଣ ପାଖକୁ ପ୍ରେରଣ କରନ୍ତି । ମାତ୍ର ଲଙ୍କାପତି ରାବଣ ଭ୍ରୁକ୍ଷେପ କରେନାହିଁ । ଏଣୁ ଯୁବରାଜ ଅଙ୍ଗଦ ଲଙ୍କାର ଜଗତି ସହ ନେଇଆଶି ଶ୍ରୀ ରାମଙ୍କ ପାଖରେ ପହଁଚି ଯାଆନ୍ତି  ଓ ଯୁଦ୍ଧ ଆରମ୍ଭ ହୁଏ । ଆଜିର ପ୍ରସଙ୍ଗରେ ବହୁ ଅସୁର ନିଧନ ହୁଅନ୍ତି । ଇନ୍ଦ୍ରଜିତ୍ ମଧ୍ୟ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ଅଚେତ କରିବା ସଂଗେ ସଂଗେ , ନାଗଫାସରେ ଶ୍ରୀରାମ  ଲକ୍ଷ୍ମଣଙ୍କୁ ବନ୍ଧନ କରନ୍ତି । ଏ ସମୟରେ ପୁସ୍ପକ ବିମାନରେ ବସିଥିବା ମା ସୀତାକଂ ଶୋକ , ଅତିବ ହୃଦୟ ବିଦାରକ I କେବଳ ଇନ୍ଦ୍ରଜିକୁ ଛାଡିଦେଲେ ରାବଣର ଧୂମମୟ , ଧୂମ୍ରାକ୍ଷ ,ନାଭିଦତ୍ୟ ଭଳି ବଡ଼ ବଡ଼ ବୀର ମୃତ୍ୟୁ ମୁଖରେ ପଡନ୍ତି । ଏହିଠି ଦୁଇଟି ରୋଚକ ପ୍ରଶଂଗ ରହିଅଛି । ରାବଣ ମୟାସୀତା ପ୍ରସ୍ତୁତ କରି ଶ୍ରୀରାମଙ୍କ ଆଗରେ ତାକୁ ନିଧନ କରେ ଓ ଶ୍ରୀ ରାମ ଶୋକରେ ଅଥୟ  ହୋଇଯାନ୍ତି ,ମାତ୍ର ପରେ ପରେ ବିଭିଷଣ ସତ୍ୟା ସତ୍ୟ କହିବା ପରେ ପୁନଶ୍ଚ ଲଢେଇ ଘୋମାଘଟ ହୁଏ । ଠିକ ସେହିପରି ରାବଣ ମାୟା ରାମ ଲକ୍ଷ୍ମଣର  ମୁଣ୍ଡ ନେଇ ସୀତାଙ୍କୁ  ଦେଖାନ୍ତି, ସୀତା ମଧ୍ୟ ଶୋକାକୂଳ ହେବା ବେଳେ ,ରାମଚନ୍ଦ୍ର ସେନା ଲଙ୍କା ଘେରାଉ କରିବାର ସମ୍ବାଦ, ବିଭିଷଣ ନନ୍ଦିନୀ ତ୍ରୀଜଟା ସତ୍ୟକଥାଟା ସୀତା ଦେବୀଙ୍କ ଆଗରେ କୁହନ୍ତି  । ଏପରି କ୍ରମଶଃ ରାକ୍ଷସ ସେନା ଦୁର୍ବଳ ହେବାରୁ, ରାବଣ ନିର୍ଦ୍ଦେଶରେ କୁମ୍ଭକର୍ଣ୍ଣ  ର ନିଦ୍ରାଭଙ୍ଗ କରାଯାଏ । ଅସମୟରେ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିବା ଏକ ଶୁଭ ଲକ୍ଷଣ ନୁହେଁ ତଥାପି ସେ ସମସ୍ତ କଥା ରାବଣ ଠାରୁ ଶୁଣିବା ପରେ ରାବଣର କାର୍ଯ୍ୟକୁ ନାପସନ୍ଦ କଲେ ମଧ୍ୟ ରାବଣ ପକ୍ଷ ତ୍ୟାଗ ନକରି ଯୁଦ୍ଧକୁ ଗମନ କରେ । ଯୁଦ୍ଧରେ ନଳ, ନୀଳ, ସୁଷେଣ ଆଦିକୁ ପରାସ୍ତ କରି ସୁବଳକୁ  କାଖ ତଳେ ଚାପି ଲଙ୍କା ଫେରୁଥିବା ବେଳେ ସେ କୌଶଳ କ୍ରମେ ଖସି ଯାଇ କୁମ୍ଭକର୍ଣ୍ଣ ର କର୍ଣ୍ଣ ଓ ନାସା ଉପାଡି ଦେବା ଫଳରେ ,କ୍ରୋଧ ଜର୍ଜରୀତ କୁମ୍ଭକର୍ମ ଯୁଦ୍ଧକୁ ଆସି ବହୁ ସୈନ୍ୟଙ୍କୁ ନିଧନ କରିବା ପରେ ଶ୍ରୀ ରାମଚନ୍ଦ୍ରଙ୍କ ବାଣରେ ସ୍ବର୍ଗ ପ୍ରାପ୍ତ ହୁଏ ।  ଆଜିର ପ୍ରଶଙ୍ଗଟି ସବୁଠାରୁ ଆକର୍ଷଣୀୟ ଥିବାରୁ ବହୁ ଜନସମାବେଶ ହୋଇଥିଲା ଏବଂ କୁମ୍ବକର୍ଣ୍ଣର  ଖାଦ୍ୟ ପେୟ ପ୍ରଶଙ୍ଗଟି ଖୁବ ସୁନ୍ଦର ଭାବରେ ଉପସ୍ଥାପିତ ହୋଇଥିଲା ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS