BREAKING
Loading...
:

ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ଲାଗି ସରକାରୀ ଜମିରୁ ଉଚ୍ଛେଦ ପାଇଁ ନୋଟିସ୍‌ ପରେ ତାତିଲେ ଲୋକେ, ଶୋଭାଯାତ୍ରା ସହ ଘେରିଲେ ତହସିଲ

 ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ଲାଗି ସରକାରୀ ଜମିରୁ ଉଚ୍ଛେଦ ପାଇଁ ନୋଟିସ୍‌ ପରେ ତାତିଲେ ଲୋକେ, ଶୋଭାଯାତ୍ରା ସହ ଘେରିଲେ ତହସିଲ

କେନ୍ଦୁଝର  (ମଣିଭଦ୍ରା ଖବର) ଜିଲା ପାଟଣା ତହସିଲ ଅନ୍ତର୍ଗତ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପ୍ରଭାବିତ ଚେମେଣା, ଯମୁନାପଶି,ମୁରୁସୁଆଁ, ରାଜନଗର ପଞ୍ଚାୟତ ଆଦି ୧୮ ଟି ମୌଜାକୁ ଇଡ୍‌କୋ ପକ୍ଷରୁ ସରକାରୀ ଜମି ଅଧିଗ୍ରହଣ ପାଇଁ ନୋଟିସ ହେଇଛି। ଏଥିରେ କୌଣସି ଆପତ୍ତି ଅଭିଯୋଗ ଥିଲେ ୧୫ ଦିନ ଭିତରେ ଜଣାଇବା ପାଇଁ ନୋଟିସରେ ଉଲ୍ଲେଖ ରହିଛି। ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଚାଷ ଓ ବାସପଯୋଗୀ ଜମିକୁ ଦଖଲକାରୀ ନାମରେ ପଟ୍ଟା ପ୍ରଦାନ ଦାବି ସହ ଜିନ୍ଦଲ ସହ ହୋଇଥିବା ଏମ୍‌ଓୟୁ ରଦ୍ଧ ଦାବିରେ ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ଜିନ୍ଦଲ ପ୍ରତିରୋଧ ମଞ୍ଚ ସଭାପତି ଘନ ଶ୍ୟାମ ମହାନ୍ତ, ସମ୍ପାଦକ ବେଣୁଧର ସର୍ଦ୍ଦାର, ଆବାହକ ରଘୁନାଥ ଦାସଙ୍କ ନେତୃତ୍ୱରେ ହଜାର ହଜାର ମହିଳା ପୁରୁଷ ଏକାଠି ହୋଇ ଗୁରୁବାର ଏକ ବିଶାଳ ରାଲି କରିଛନ୍ତି। ସେମାନେ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିରରୁ ବାହାରି ଜିନ୍ଦଲ ଓ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ତହସିଲରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତହସିଲ ଘେରାଉ କରିବା ପରେ ତହସିଲଦାର ଲୀଳାବତୀ ନାୟକଙ୍କୁ ୩ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ। ଏଥିସହ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଉକ୍ତ ଅଞ୍ଚଳରେ ହେବାକୁ ଯାଉଥିବା ଷ୍ଟିଲ ପ୍ଲାଣ୍ଟ ବିରୋଧ ରେ ବିଭିନ୍ନ ନାରାବାଜି କରିବା ସହ ସରକାରୀ ଜମି ଦଖଲକାରୀଙ୍କୁ ପଟ୍ଟା ପ୍ରଦାନ, ଜିନ୍ଦଲ ସହ ହୋଇଥିବା ଏମ୍‌ଓୟୁକୁ ରଦ୍ଦ କରିବା ଦାବି କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS