BREAKING
Loading...
:

ଆହାର କେନ୍ଦ୍ର ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଶିଳାନ୍ୟାସ

  ଆହାର କେନ୍ଦ୍ର ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଶିଳାନ୍ୟାସ

ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ସମ୍ମୁଖରେ ନିର୍ମାଣ ହେବ ଆହାର କେନ୍ଦ୍ର ଓ ନୂତନ ମାର୍କେଟ କମ୍ପ୍ଲେକ୍ସ। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଖଣ୍ଡପଡ଼ା ଏନ୍ଏସି କର୍ତ୍ତୃପକ୍ଷଙ୍କୁ ୪୦ ଲକ୍ଷ ଟଙ୍କା ମଞ୍ଜୁର କରିବା ପରେ ଏଥି ନିମନ୍ତେ ଶିଳାନ୍ୟାସ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଏନ୍ଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିଳାନ୍ୟାସ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଖଣ୍ଡପଡ଼ା ମାନ୍ୟବର ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶୁସାନ୍ତ କୁମାର ଦାସ, ଯୁବନେତା ତଥା ସୁପ୍ରିମକୋର୍ଟ ଆଡଭୋକେଟ ବିଧାନ ଚନ୍ଦ୍ର ପ୍ରଧାନ, ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଭିସାର ପଣ୍ଡା, ବରିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ରଙ୍କ ସମେତ ଏନ୍ଏସି କର୍ତ୍ତୃପକ୍ଷ ଓ ବିଭିନ୍ନ ୱାର୍ଡର କାଉନସିଲର ମାନେ ଉପସ୍ଥିତ ଥିଲେ। ଆସନ୍ତା ୬ ମାସ ମଧ୍ୟରେ ଆହାର କେନ୍ଦ୍ର ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡିଛି। ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଖଣ୍ଡପଡ଼ା ଅଞ୍ଚଳକୁ ବୁଧବାର ଗସ୍ତରେ ଆସି ୨ଟି ସ୍ଥାନରେ ଜନସାଧାରଣଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରିଥିବା ଜଣାଯାଇଛି। ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରଥମେ ୫ ଜଣ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ ଆୟୁଷ୍ମାନ କାର୍ଡ ବଣ୍ଟନ କରିବା ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ମତ ଦେଇଥିଲେ। ପରେ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ସ୍ବାସ୍ଥ୍ୟ ମନ୍ତ୍ରୀ ମର୍ଦ୍ଦରାଜପୁର ମୁଣ୍ଡିଆ ହନୁମାନଙ୍କ ପୀଠ ପରିଦର୍ଶନ କରିବା ଅବସରରେ ସ୍ଥାନୀୟ ବାସିନ୍ଦାଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରିଥିବା ସୂଚନା ମିଳିଛି।

ମଣିଭଦ୍ରା ଖବର, ଖଣ୍ତପଡା 

Post a Comment

Previous Post Next Post
Header ADS