BREAKING
Loading...
:

ମର୍ଦ୍ଦରାଜପୁରରେ ରଥକାଠ ଅନୁକୂଳ

 ମର୍ଦ୍ଦରାଜପୁରରେ ରଥକାଠ ଅନୁକୂଳ



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ବ୍ଲକ ଅଧିନ ମର୍ଦ୍ଦରାଜପୁର ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ନିମନ୍ତେ ରଥକାଠ ଅନୁକୂଳ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପର୍ବସହ ଶ୍ରୀଜୀଉଙ୍କ ରଥ ନିର୍ମାଣ ନିମନ୍ତେ ରଥଖଳାରେ ଥିବା ନୂତନ କାଠକୁ ପୂଜା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ରଥକାଠ ପୂଜା ସମୟରେ ଉପସ୍ଥିତ ଥିଲେ। ପ୍ରକାଶଥାଉଉକି ମୁଣ୍ଡିଆ ହନୁମାନଙ୍କ ପୀଠରେ ପାର୍ଶ୍ଵ ଦେବତା ଭାବେ ପୂଜା ପାଉଥିବା ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ଘୋଷଯାତ୍ରା ନିମନ୍ତେ ବୁଧବାର ଠାରୁ ରଥର ଚକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାଯାଇଛି।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS