ନିମାପଡା-ଗୋପ ନିର୍ବାଚନ ମଣ୍ଡଳୀ ର ବିଜେପି ସକ୍ରିୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ।
ନିମାପଡା (ମଣିଭଦ୍ରା ଖବର) ଗୋପ ନିର୍ବାଚନ ମଣ୍ଡଳୀ ର ବିଜେପି କର୍ମୀ ମାନଙ୍କୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ନିର୍ଦେଶ ରେ ନିମାପଡା ସ୍ଥିର ଶ୍ରୀରାମ କଲ୍ୟାଣ ମଣ୍ଡପରେ ଏକ ସକ୍ରିୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରିସ କୁମାର ପଟ୍ଟନାୟକ ସହିତ କାକଟପୁର ପୂର୍ବତନ ବିଧାୟକ ଈଶ୍ୱର ଚନ୍ଦ୍ର ବେହେରା , ରାଜ୍ୟ ପରିଷଦ ସଦସ୍ୟା ରାଜଳଷ୍ମୀ ଦାଶ , ନିମାପଡା ବ୍ଲକ ସାଂସଦ ପ୍ରତିନିଧି ପୂର୍ଣଚନ୍ଦ୍ର ଓଝା ,ଗୋପ ବ୍ଲକ ଉପାଦକ୍ଷ ବନରଞ୍ଜନ ପଟ୍ଟନାୟକ ,୧୧ନଂ ଜିଲାପରିସଦ ପ୍ରମୋନ୍ଦ ରାୟ , ସାଂସଦ ପ୍ରତିନିଧି ଗୋପ ବ୍ଲକ ସୁଶାନ୍ତ ସ୍ୱାଇଁ , ସୂର୍ଣ୍ଣାଲତା ମାଝୀ , ଗୋବିନ୍ଦ ଚନ୍ଦ୍ର ପାଢ଼ୀ , ମିନଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସକ୍ରିୟ କର୍ମୀ ମାନଙ୍କୁ ନିଜ ଅଞ୍ଚଳରେ କିଭଳି ଭାବେ ସାଧାରଣ ଲୋକ ମାନଙ୍କ ପାଖରେ ପହଞ୍ଚି ନୂତନ ସରକାର ଙ୍କ ଜନ ମଙ୍ଗଳ ଯୋଜନା କିଭଳି ଭାବେ ପାଇବା ସହ ତାଙ୍କର ସମସ୍ତ ସମସ୍ୟା ସମ୍ପର୍କରେ ବୁଝି ପଚାରି କାର୍ଯ୍ୟ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ ।ଏହି ସକ୍ରିୟ କର୍ମୀ ସମ୍ମିଳନୀରେ ନିମାପଡା ଗୋପ ବ୍ଲକ ରୁ ଶ୍ୟାମସୁନ୍ଦର ନାୟକ ,ଦେବାଶିଷ ଆଚାର୍ଯ୍ୟ , କୃଷ୍ଣଚନ୍ଦ୍ର ସ୍ୱାଇଁ ଯତୀନ୍ଦ୍ର ସ୍ୱାଇଁ ପ୍ରଶାନ୍ତ ସ୍ୱାଇଁ ,ରାଜକିଶୋର ନାୟକ ସହିତ ୫୦୦ରୁ ଉର୍ଦ୍ଧ୍ବ ମହିଳା ପୁରୁଷ କର୍ମୀ ଯୋଗଦେଇଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment