ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ସମୟ ଯାଏ ଆମ୍ବୁଲାନ୍ସ ସେବା ନ ମିଳିବାରୁ ରୋଗୀ ହେଲେ ହନ୍ତସନ୍ତ ।
ଗଜପତି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ସମୟ ଯାଏ ଆମ୍ବୁଲାନ୍ସ ସେବା ନ ମିଳିବାରୁ ରୋଗୀ ହନ୍ତସନ୍ତ ହୋଇଥିବା ଅଭିଯୋଗ ହୋଇଥିଲା ।
ସୁଚନା ପ୍ରକାରେ ଗତ ଶନିବାର ସକାଳ ୧୦ ଘଣ୍ଟା ସମୟରେ ନୂଆଗଡ ବ୍ଳକର ମାର୍ଲବା ଗ୍ରାମର ରବିନ୍ଦ୍ର ରଇତ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ ଭତ୍ତି ହୋଇଥିଲେ । ତାଙ୍କର ଚିକିତ୍ସା କରିବା ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବ୍ରଜରାଜ କର ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ରେଫର କରିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ କୁ ୫ ରୁ ୭ ଥର ରୋଗୀଙ୍କ ସମ୍ପର୍କୟ ଯୋଗାଯୋଗା କରିଥିଲେ ମଧ୍ୟ ରାତ୍ର ୧୦ଟା ଯାଏଁ ଆମ୍ବୁଲାନ୍ସ ସେବା ପାଇପାରି ନଥିବା ଅଭିଯୋଗ କରିଥିଲେ ଗୋଗୀଙ୍କ ସମ୍ପର୍କୀୟ । ତା ପରଦିନ ଅର୍ଥାତ ରବିବାର ଦିନ ସକାଳ ସାଢେ ୯ ସମୟରେ ଆମ୍ବୁଲାନ୍ସ ଆସି ରୋଗୀଙ୍କୁ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା । ଡାକ୍ତର ବ୍ରଜରାଜ କରଙ୍କୁ ପଚାରୁ ସେ କହିଥିଲେ ମୁ ମଧ୍ୟ ୧୦୮ ସହ ଯୋଗାଯୋଗା କରିଥିଲେ ଏବଂ ଶୁଣିବାକୁ ପାଇଲେ ଯେ ଚନ୍ଦ୍ରଗିରି ମେଡିକାଲରେ ଆମ୍ବୁଲାନ୍ସ ଥାଇ ମଧ୍ୟ କାହିଁକି ଗାଡି ନାହିଁ ବୋଲି କହିଥିଲେ ତାହା ବୁଝିହେଉନି । ତେବେ ଏଠି ପ୍ରଶ୍ନ ହେଉଛି ସରକାର ଲୋକଙ୍କ ଚିକିତ୍ସା ସେବା ପାଇଁ ଆମ୍ବୁଲାନ୍ସ ସେବାର ନୂଆ ନୂଆ ଯୋଜନା ସବୁ କରୁଥିବା ବେଳେ ରାମଗିରି ଆମ୍ବୁଲାନ୍ସ ପାଇଁ ରୋଗୀ ହନ୍ତସନ୍ତ ହେଉଥିବାରୁ ପ୍ରଶାସନ ଓ ସରକାର ହସ୍ତକ୍ଷେପ କରି ଏହାର ସ୍ଥାୟୀ ସମାଧାନ ଲାଗି ଅଞ୍ଚଳରେ ଦାବୀ ହେଉଛି । ତେବେ କିଛି ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଯୋଗାଯୋଗା ପରେ ପ୍ରତିକ୍ରିୟା ମିଳିଛି ଯେ ସରକାର ଠିକ୍ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଛଟେଇ କରିବାରୁ ଏସବୁ ଫଳ ବୋଲି କହିଥିଲେ । ଏଭଳି ସମସ୍ୟା ଯଦି ରାମଗିରି ସ୍ବାସ୍ଥ୍ୟ ସେବା ପାଉଥିବା ଆର,ଉଦୟଗିରି ବ୍ଳକର ଅନଗାଁ, ରାମଗିରି, ସୁବଲଡା, ମଙ୍ଗରାଜପୁର, ତବାରସିଂ, ପରିସଲ, ରଣ୍ଡିବା, ନୁଆଗଡ ବ୍ଳକର ବେତରସିଂ, ଟାଙ୍ଗିଲି, ପୁଟୁରୁପଡା ଏବଂ ରାୟଗଡା ବ୍ଳକର ଆମେଡା ଓ ଲୋବା ଏହି ୧୨ ଗୋଟି ପଞ୍ଚାୟତର ରୋଗୀ ଆମ୍ବୁଲାନ୍ସ ସେବା ପାଇବେ । ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଅଧିକା ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଅଞ୍ଚଳବାସୀ ତରଫରୁ ଦାବୀ ହେଉଛି । ଆଗାମୀ ଦିନରେ ଏହାର ପୁନରାବୃତ୍ତି ହୁଏ ତେବେ ଅଞ୍ଚଳବାସୀ ରାସ୍ତାରୋକ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ମଣିଭଦ୍ରା ଖବର, ଗଜପତି
Post a Comment