BREAKING
Loading...
:

ଆକାଶରୁ ଖସିଲା ୩ କେଜି ରୁ ଅଧିକ ଓଜନର ‘ରହସ୍ୟମୟ ଲୁହା ଖଣ୍ଡ’, ସ୍ଥାନୀୟ ଲୋକ ଭୟଭୀତ

 ଆକାଶରୁ ଖସିଲା ୩ କେଜି ରୁ ଅଧିକ ଓଜନର ‘ରହସ୍ୟମୟ ଲୁହା ଖଣ୍ଡ’, ସ୍ଥାନୀୟ ଲୋକ ଭୟଭୀତ

ବକଟକ( ମାନସ କୁମାର ସାହୁ) ବାଲେଶ୍ୱର ଜିଲ୍ଲାର ମହାନ୍ତି ପଡ଼ା ଗାଁର ସ୍ଥାନୀୟ ଲୋକମାନେ ଗୁରୁବାର ଏକ ‘ରହସ୍ୟମୟ ଲୁହା ଖଣ୍ଡ’ ଯାହାର ଓଜନ ୩ କିଲୋଗ୍ରାମରୁ ଅଧିକ, ଆକାଶରୁ ଖସି ପଡ଼ିବା ପରେ ଭୟଭୀତ ଓ ଆତଙ୍କିତ ହୋଇପଡ଼ିଥିଲେ। ପ୍ରକୃତ କଥା ଥିଲା କିନ୍ତୁ ଭିନ୍ନ । କାଳ ବୈଶାଖୀ ବେଳେ ବ୍ଲାଷ୍ଟ ହୋଇଯାଇଥିଲା ଜେନେରେଟର । ଜେନେରେଟର ର କିଛି ଲୌହ ଖଣ୍ଡ ଆକାଶରେ ଉଡି ଏକ ଆଜବେଷ୍ଟସ ଘର ଉପରେ ପଡିଥିଲା । ଫଳରେ ସ୍ଥାନୀୟ ଲୋକେ ଆକାଶରୁ ଲୌହ ଖଣ୍ଡ ପଡ଼ିବା ଭ୍ରମରେ ଭୟଭୀତ ହୋଇଆଯାଇଥିଲେ । ତେବେ ଏହି ଲୁହା ଖଣ୍ଡ ରେମୁଣା ବ୍ଲକ ଅଧୀନରେ ଥିବା ଗାଁର କାର୍ତ୍ତିକ ଚନ୍ଦ୍ର ମହାନ୍ତିଙ୍କ ଘର ଉପରେ ଖସିଥିଲା ଏବଂ ଆଜବେଷ୍ଟସ୍ ଏକ ବଡ଼ ଫାଟ ସୃଷ୍ଟି କରିଥିଲା। ସୌଭାଗ୍ୟବଶତଃ ଏହା କାର୍ତ୍ତିକଙ୍କ ପରିବାରର କୌଣସି ସଦସ୍ୟଙ୍କ ଉପରେ ଖସି ନଥିଲା, ତେଣୁ କେହି ଆହତ ହୋଇନଥିଲେ, କିନ୍ତୁ ଏହା ଘରର କିଛି ଜିନିଷପତ୍ରର କ୍ଷତି କରିଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ ଲୌହ ଖଣ୍ଡକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS