BREAKING
Loading...
:

ଖଳିସାହିରେ ଅକ୍ଷୟ ତୃତୀୟାରେ ଅଖିମୂଠି ଅନୁକୂଳ

 ଖଳିସାହିରେ ଅକ୍ଷୟ ତୃତୀୟାରେ ଅଖିମୂଠି ଅନୁକୂଳ

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଓଡିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି ପକ୍ଷରୁ ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପାଳନ ଅବସରରେ ଅଖିମୂଠି ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କୃଷକ ବିକାଶ ସମବାୟ ସମିତି ପରିଚାଳନା ପରିଷଦ ମଣ୍ଡଳୀର ନିର୍ଦ୍ଦେଶକ ବେଣୁଧର ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଖଣ୍ଡପଡ଼ା ଶାଖା ପରିଚାଳକ ଜ୍ୟୋତି ରଞ୍ଜନ ରାଉତ ଯୋଗଦେଇ ଅଖିମୂଠି ଅନୁକୂଳ କରିବା ସହ ଜମିରେ ଧାନ ଵୁଣିଥିଲେ। ଏ ଅବସରରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସାଧାରଣ ସଭାରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଅକ୍ଷୟ ତୃତୀୟା ଦିବସ ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଯୁବ ସଂଗଠକ ପ୍ରକାଶ ଖୁଣ୍ଟିଆ, ଦିଲ୍ଲୀପ କୁମାର ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS