BREAKING
Loading...
:

ସୁଦର୍ଶନ ସ୍ଵାଗତ ସ୍ମୁତି ଟ୍ରଷ୍ଟ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା

 ସୁଦର୍ଶନ ସ୍ଵାଗତ ସ୍ମୁତି ଟ୍ରଷ୍ଟ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା

ସମ୍ବଲପୁର (ମଣିଭଦ୍ରା ଖବର) ସ୍ଵର୍ଗତ ସୁଦର୍ଶନ ଓ ସ୍ଵାଗତ ନାୟକଙ୍କ ସ୍ମୁତି ଉଦ୍ଦେଶ୍ୟରେ ଗଠିତ ସୁଦର୍ଶନ ସ୍ଵାଗତ ସ୍ମୁତି ସମିତି ଟ୍ରଷ୍ଟ ପକ୍ଷରୁ  ଜମନକିରା ବ୍ଲକ ଅନ୍ତର୍ଗତ ଭାତପୁରା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ରତନ ଲାଲ ସିଂ, ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ଟ୍ରଷ୍ଟର ସଭାପତି ସବିତା ପଟେଲ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଗତ ନବମ ଶ୍ରେଣୀରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା  ସୁଶ୍ରୀ ଦୀପିକା ସିଂହ, ଲିଲୀମା ରଣା ଓ ରଜତ ମହାପାତ୍ରଙ୍କୁ ଅତିଥିଗଣ ମାନପତ୍ର , ପୁସ୍ତକ ,ପେନ୍, ଫୁଲ ତୋଡା ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ସମ୍ମାନ ଗ୍ରହଣ କରି ପୁରସ୍କୃତ ଛାତ୍ର ,ଛାତ୍ରୀ ଆଗାମୀ ଦିନରେ ଆହୁରି ଭଲ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଟ୍ରଷ୍ଟର ସମ୍ପାଦକ ସୁବାସ ନାୟକ ଟ୍ରଷ୍ଟ ପକ୍ଷରୁ ମେଧାବୀ ଓ ଅଭାବୀ ଛାତ୍ରଛାତ୍ରୀଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସୁବ୍ରତ କୁମାର ପଣ୍ଡା, ମଧୁମିତା ବହିଦାର, କୈଳାସ ଚନ୍ଦ୍ର ଗୌଡ଼, ସୁମନ୍ତ କୁମାର ମହକୁକ୍ ଓ ପ୍ରଦୀପ୍ତ କୁମାର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଟ୍ରଷ୍ଟର କାର୍ଯ୍ୟାବଳୀକୁ ଉଚ୍ଚ ପ୍ରଶଂସା କରିବା ସହ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଛାତ୍ରୀ ଦୀପିକା ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନେ ପ୍ରାରମ୍ଭିକ , ଉଦଯାପନୀ ସହ ସ୍ବର୍ଗତ ଉଭୟ ଆତ୍ମାର ସଦ୍‌ଗତି ପାଇଁ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS