BREAKING
Loading...
:

ବିରିକୋଟରେ ନୂତନ ବ୍ଳକ ଗଠନ ନେଇ ଦାବି ଜୋର ଧରିଲା

 ବିରିକୋଟରେ ନୂତନ ବ୍ଳକ ଗଠନ ନେଇ ଦାବି ଜୋର ଧରିଲା । 

ଗଜପତି(ମନୋଜ କୁମାର ପାଢୀ)- ମୋହନା ବ୍ଳକର ବିରିକୋଟ ରେ ନୂତନ ବ୍ଳକ କରିବା ଦାବି ଜୋର ଧରିଲା । ବିରିକୋଟ ଅଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଏନେଇ ଆଜି ମୋହନା ବ୍ଳକ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମୋହନା ବ୍ଳକରେ ୩୯ଟି ପଞ୍ଚାୟତ ରହିଛି । ସେଥିରୁ ଅଡବା ଜୋନରେ ଥିବା ୧୦ଟି ପଞ୍ଚାୟତକୁ ନେଇ ନୂତନ ବ୍ଳକ ଗଠନ କରିବାକୁ ଅଞ୍ଚଳବାସୀ ତରଫରୁ ଦାବି କରି ଆସୁଛନ୍ତି । କାରଣ ଦୁର୍ଗମ ଅଞ୍ଚଳରେ ଥିବା ଲୋକେ ଶିକ୍ଷା, ସ୍ବାସ୍ଥ୍ୟସେବା, ବଜାର ସଉଦା ସହ ବିଭିନ୍ନ କାର୍ଯ୍ୟାଳୟକୁ ଯାତାୟତରେ ବହୁ ଅସୁବିଧା ଭୋଗୁଛନ୍ତି । ବିରିକୋଟ ଠାରେ ଏହି ନୂତନ ବ୍ଳକ ସ୍ଥାପନ କଲେ ଅଞ୍ଚଳର ଜନସାଧାରଣ ସମସ୍ତେ ସୁବିଧା ପାଇପାରିବେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଥିଲେ ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS