ଶିମିଳିପାଳ ଜାତୀୟ ଉଦ୍ୟାନ ଘୋଷଣା
ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟକୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା ।୪୫ ବର୍ଷ ପରେ ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା । ତେବେ ଜିଲ୍ଲାରେ କାର୍ଯ୍ୟ କରୁଥିବା ଏକମାତ୍ର ଅଣ ରାଜନୈତକ ଅଗ୍ରଣୀ ଯୁବଛାତ୍ର ସଂଗଠନ 'ଭଞ୍ଜସେନା' ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ମାଧ୍ୟମରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରଦାନ ପାଇଁ ଦାବି ଉପସ୍ଥାପନ କରି ଆସିଛି । ବିଳମ୍ୱ ହେଲେ ମଧ୍ୟ ସରକାରଙ୍କ ଘୋଷଣା 'ଭଞ୍ଜସେନା'ର ସଫଳତା ବୋଲି ଆଲୋଚନା ହେଉଛି । ତେବେ ବହୁ ପ୍ରତିକ୍ଷିତ ଓଡ଼ିଶାର ସର୍ବବୃହତ୍ ଜଙ୍ଗଲକୁ ଆନୁଷ୍ଠାନିକ ଭାବେ ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଭାବେ ମାନ୍ୟତା ମିଳିଛି । ସବୁଜ, ସୁନ୍ଦର ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳକୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା । ଏନେଇ ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ବେଳେ ପୂର୍ବ ସରକାରଙ୍କ ଆନ୍ତରିକତା ଅଭାବରୁ ଏହା ସମ୍ଭବ ହୋଇପାରୁନଥିଲା । ଏହା ସାରା ଦେଶରେ ସର୍ବବୃହତ୍ ଓ ଏସିଆ ମହାଦେଶର ଦ୍ଵିତୀୟ ବୃହତ୍
ସଂରକ୍ଷିତ ବନକ୍ଷେତ୍ର ଭାବେ ପରିଗଣିତ।
ଶିମଳିପାଳରେ ପରିବ୍ୟାପ୍ତ ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ମାତ୍ର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଯାଇଛି। ଏହା ଶିମିଳିପାଳର ପଳପଳା ନଦୀର ଉତ୍ତର ଅବବାହିକା ରୁ ଆରମ୍ଭ ହୋଇ ଦକ୍ଷିଣକୁ କାଲିପାହାଡ ପର୍ଯ୍ୟନ୍ତ , ଉତ୍ତରପୂର୍ବ ସୀମା ସୀତକୁଣ୍ଡ ଠାରୁ ସୁନପୋଖରୀ ପାହାଡ଼ ଯାଏଁ ପରିବ୍ୟାପ୍ତ ରହିବ। ସେହିପରି ଦକ୍ଷିଣ- ପଶ୍ଚିମ ସୀମା ଭାବରେ ଗୁରୁପଦର ପାହାଡ଼ ଠାରୁ ମୁରାରୀ ପର୍ବତ ଯାଏଁ ଚିହ୍ନିତ ହୋଇଛି। ସେହିଠାରୁ ପୁଣି ପଶ୍ଚିମକୁ ବେଲପାଣି ନାଳ ଠାରୁ ଧୁଣ୍ଡୁବସା ଜଳପ୍ରପାତ ପର୍ଯ୍ୟନ୍ତ ରହିଛି। ସେହିପରି ଜାତୀୟ ଉଦ୍ୟାନର ପରିସୀମା ଭିତରେ ସଞ୍ଜନାଳ, ଦଲକି ନଦୀ, ଦେବକୁଣ୍ଡ, ବୁଢ଼ାବୁଢ଼ୀ ପାହାଡ଼ର ଅଞ୍ଚଳ ଦେଇ ଦକ୍ଷିଣପୂର୍ବ ସୀମା ରହିଛି। ଦକ୍ଷିଣକୁ ଟାଙ୍ଗି ପାହାଡ଼, ବନିଆପଡ଼ା ନଦୀ ଦେଇ ପଶ୍ଚିମକୁ ମଙ୍କଡିଆ ପାହାଡ଼ ଦେଇ ନଛିପୁର ଓ ଭଞ୍ଜବସା ସହିତ ସଂଯୋଗ ହୋଇଛି। ଦେଶର ସର୍ବବୃହତ୍ ସଂରକ୍ଷିତ ଜଙ୍ଗଲ ଭାବେ ଶିମିଳିପାଳ ଦଣ୍ଡାୟମାନ । ୧୯୭୯ ଡିସେମ୍ବର ୩ ରେ ରାଜ୍ୟ ସରକାର ଏହି ଅଞ୍ଚଳକୁ ପ୍ରସ୍ତାବିତ ଅଭୟାରଣ୍ୟ ଭାବେ ଗ୍ରହଣ କରିଥିଲେ। ୧୯୮୬ରେ ଏହାକୁ ପ୍ରାଥମିକ ସ୍ତରରେ ଜାତୀୟ ଅଭୟାରଣ୍ୟ ପାଇଁ ବ୍ୟବସ୍ଥା କରାଯାଇଥିଲା । ୧୯୯୪ ଜୁନ୍ ୨୨ ରେ ୟୁନେସ୍କୋର ମାନବ ଓ ଜୈବ ମଣ୍ଡଳର କାର୍ଯ୍ୟକ୍ରମ ଅଧୀନରେ ଏହାକୁ ଜୈବମଣ୍ଡଳ ମାନ୍ୟତା ମିଳିସାରିଛି।
- ରାଜ୍ୟ ସରକାରଙ୍କର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଶିମିଳିପାଳକୁ ଆନୁଷ୍ଠାନିକ ଭାବେ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଛି । ୧୯୮୦ ମସିହାରେ ପ୍ରଥମେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ମଞ୍ଜୁରୀରେ ବିଳମ୍ବ ହୋଇ ଆସୁଥିଲା। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭାବେ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଚଳିତ ଥର କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
ଏହି ଘୋଷଣା ସହିତ, ଶିମିଳିପାଳ ବର୍ତ୍ତମାନ ଭାରତର ୧୦୭ତମ ଜାତୀୟ ଉଦ୍ୟାନରୂପେ ମାନ୍ୟତା ପ୍ରାପ୍ତ ହୋଇଛି । ଭିତରକନିକା ପରେ ଓଡ଼ିଶାର ଦ୍ଵିତୀୟ ଜାତୀୟ ଉଦ୍ୟାନ ଓ ୮୪୫.୭୦ ବର୍ଗ କି.ମି. ବିଶିଷ୍ଟ ରାଜ୍ୟର ସର୍ବବୃହତ୍ ଜାତୀୟ ଉଦ୍ୟାନ ରୂପରେ ଏହା
ପରିଗଣିତ ହେବ । ବହୁ ପ୍ରତୀକ୍ଷିତ ସ୍ଵୀକୃତି ପରେ ଶିମିଳିପାଳର ଅଦ୍ବିତୀୟ ଜୈବ ବିବିଧତା, ସମୃଦ୍ଧ ଆଦିବାସୀ ପରମ୍ପରା ଏବଂ ପରିବେଶଗତ
ମୂଲ୍ୟବୋଧ ପ୍ରତି ଜାତୀୟସ୍ତରରେ ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ ହୋଇପାରିବ । ଏହି ନିଷ୍ପତ୍ତି ଓଡ଼ିଶାକୁ ଜାତୀୟ ମାନଚିତ୍ରରେ ସ୍ୱତନ୍ତ୍ର ଭାବରେ ସ୍ଥାନିତ କରିଛି ।
ଶିମିଳିପାଳ ଜୈବମଣ୍ଡଳ ପରିଚୟ ପ୍ରଦାନ ପାଇଁ ପ୍ରକ୍ରିୟା ବିଚାରାଧୀନ ରହିଥିଲା। ଆଜି ଏହାର ସ୍ବୀକୃତି କେବଳ ଏକ ପ୍ରଶାସନିକ ନିଷ୍ପତ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق