BREAKING
Loading...
:

ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଓକିଲ ଏବଂ ତାଙ୍କ ପରିବାରକୁ ସାମିଲ କରିବାକୁ ଦାବି*

 *ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଓକିଲ ଏବଂ ତାଙ୍କ ପରିବାରକୁ ସାମିଲ କରିବାକୁ ଦାବି*


କଟକ  (ମଣିଭଦ୍ରା ଖବର) ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଓକିଲ ଓ ତାଙ୍କ ପରିବାରକୁ ସାମିଲ କରାଯିବା ପାଇଁ ଦାବି । ଏଭଳି ଦାବି କରିଛି ଭାରତୀୟ ମଜଦୂର ସଂଘ ବିଧି ପ୍ରକୋଷ୍ଠ ଷ୍ଟେଟ ଲିଗାଲ ସେଲ୍ । କଟକ ହାଇକୋର୍ଟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ ପକ୍ଷରୁ ଏଭଳି କୁହାଯାଇଛି । ରାଜ୍ୟରେ ବହୁତ ଓକିଲ ଓ ତାଙ୍କ ପରିବାର ରହିଥିବା ବେଳେ ଓକିଲ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ସଚେତନ ରହି ସରକାର ଏହି ପଦକ୍ଷେପ ନିଅନ୍ତୁ ବୋଲି ନିକଟରେ ରାଜ୍ୟ ଆଇନୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ସଂଘ ପକ୍ଷରୁ ଏକ ଲିଖିତ ପତ୍ର ପ୍ରଦାନ କରାଯାଇଥିଲା । ତେବେ ଏହାକୁ ଆଇନ ମନ୍ତ୍ରୀ ଗ୍ରହଣ କରିଥିବା ବେଳେ ଏନେଇ ଖୁବ୍ ଶୀଘ୍ର ଏକ କମିଟି ଗଠନ କରାଯାଇ ପଦକ୍ଷେପ ଗ୍ରହଣ କରିବେ ବୋଲି ସଂଘ ସାମ୍ବାଦିକ ସମ୍ମିଳନୀରେ କହିଛି । ଆଇନଜୀବୀ ମାନେ ଆଇନ ପାଠ ପଢ଼ିବା ସହ ନିଜ ପେଶାରେ ବହୁତ ଆର୍ଥିକ ସମସ୍ୟା ଦେଇ ଗତି କରିଥାନ୍ତି । ତେଣୁ ଓକିଲଙ୍କ ସ୍ବାସ୍ଥ୍ୟ ନିମନ୍ତେ ଏହା ନିହାତି ଜରୁରୀ ବୋଲି ଭାରତୀୟ ମଜଦୂର ସଂଘ କହିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

                        

Post a Comment

Previous Post Next Post
Header ADS