କନ୍ଧମାଳ ସାଂସଦଙ୍କ ଭାତୃ ବିୟୋଗ,ଶୋକ ପ୍ରକାଶ କଲେ ବିଧାୟକ
ଗଣିଆ -୨୨/୦୪ ( ମଣିଭଦ୍ରା ଖବର) ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ହୃଦଘାତରେ ପ୍ରାଣ ହରାଇଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ବଡ଼ଭାଇ ବସନ୍ତ କୁମାର ପାଣିଗ୍ରାହୀ। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଦଶପଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ପରେ ମୃତ ଘୋଷଣା କରିଥିଲେ । ପାଖରେ ପତ୍ନୀ, ଝିଅ ଓ ସାନଭାଇ ସାଂସଦ ସୁକାନ୍ତ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏକମାତ୍ର ପୁତ୍ର ଯୋଦ୍ଧାଜିତ ଖବର ପାଇ ଆଜି ଆସି ପୈତୃକ ଘର ପତଣ୍ଡା ଗ୍ରାମରେ ପହଁଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଖବରପାଇ ଗତକାଲି ରାତିରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ଭେଟିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ । ପତଣ୍ଡାସ୍ଥିତ ବାସ ଭବନରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚି ତଦନ୍ତ ଶୋକ ପ୍ରକାଶ କରିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق