ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
ଖୋର୍ଦ୍ଧା (ମଣିଭଦ୍ରା ଖବର) ବେଗୁନିଆ ବ୍ଲକ ବୋତଳମା ଗ୍ରାମପଂଚାୟତ ଗୌଡପାଟଣା ମହୁଲାକୁଦିଆ ନିକଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଉଭୟ ରାଜସୁନାଖଳା ଅଂଚଳର ବୋଲି ସୂଚନା।ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡିନାହିଁ। ତେବେ ପୁଅର ଘର ରାଜସୁନାଖଳା ଗୋପିନାଥପୁର ସାହି , ନାମ ଅଜୟ ପ୍ରଧାନ ବୟସ ୪୩ l ଝିଅର ନାମ ଶାନ୍ତି ସାହୁ । ଉଭୟ ରାଜସୁନାଖଳାର ବାସିନ୍ଦା ବୋଲି ସୂଚନା ମିଳିଛି l ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق