ଦଶପଲ୍ଲାରେ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ
ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ, ଦଶପଲ୍ଲା ଏବଂ ନୂଆଗାଁ ବ୍ଳକର ବିଜୁ ଜନତା ଦଳର ବରିଷ୍ଠ ସଂଗଠକ ତଥା ବିଜୁ ପ୍ରେମୀ ମାନଙ୍କୁ ନେଇ ବିଜୁପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁବାବୁଙ୍କ ପ୍ରତିର୍ମୂୀର୍ତି ତଥା ବିଭିନ୍ନ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଜଳାଶୟରେ ତିଳ ତର୍ପଣ କରାଯାଇଥିଲା । ପୁରୋହିତଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ବେହେରା ତିଳ ତର୍ପଣ କରିଥିଲେ ।
ମେଳିଆ ତୋଟାରେ ଆୟୋଜିତ ସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ଦଶପଲ୍ଲା ଏନ୍ ଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ,ଗଣିଆ ବ୍ଳକ ୮ ନ° ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସଦାଶିବ ମିଶ୍ର ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବହୁ ଟାଣୁଆ ତଥା ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ମହାନ୍ ଜନନାୟକ ତଥା କଳିଙ୍ଗ ପୁତ୍ରଙ୍କ ଫଟୋଚିତ୍ରରେ ଧୁପପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଆଧୁନିକ ଓଡ଼ିଶା ଗଠନରେ ବିଜୁବାବୁଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ମଣିଭଦ୍ରା ଖବର, ବ୍ୟୁରୋ
إرسال تعليق