BREAKING
Loading...
:

ଗ୍ରାମାଞ୍ଚଳ ବଙ୍କାଣି ମୁଣ୍ଡ ରେ ଗାଡି ଚାଳନା ସୁରକ୍ଷା ପାଇଁ ଯୁବ ସମାଜସେବୀ ଗଛରେ ଲଗାଇଲେ ନାଲି ହଳଦିଆ ଟେପେ ।

 ଗ୍ରାମାଞ୍ଚଳ ବଙ୍କାଣି ମୁଣ୍ଡ ରେ ଗାଡି ଚାଳନା ସୁରକ୍ଷା ପାଇଁ ଯୁବ ସମାଜସେବୀ ଗଛରେ ଲଗାଇଲେ ନାଲି ହଳଦିଆ ଟେପେ ।

 କେନ୍ଦ୍ର ଓ ରାଜ୍ୟ ସରକାର ପରିବହନ  ପକ୍ଷରୁ ସହରାଞ୍ଚଳ ରାସ୍ତାରେ ଯାଉଥିବା ଯାନବାହାନ ସୁରକ୍ଷା ବ୍ୟବସ୍ଥା ପାଇଁ  ବିଭିନ୍ନ ସ୍ଥାନରେ ଗଛ ମାନଙ୍କ ରେ ରାତ୍ରି କାଳେ ବିପଦରୁ  ରକ୍ଷା ପାଇବା ପାଇଁ ନାଲି ହଳଦିଆ ରଙ୍ଗର ଫିତା ଲଗା ଯାଉଥିବା ବେଳେ ଗ୍ରାମଞ୍ଚଳ ରେ ସୁରକ୍ଷା ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ଏହି ସବୁ ସୁବିଧା ନଥିବାରୁ ପୁରୀ ଜିଲ୍ଲା ନିମାପଡା ବ୍ଲକ ବାହାରଣା ପଞ୍ଚାୟତ ତିନ୍ତୁଳିଗୁଆ ଗ୍ରାମର ଯୁବକ ଦିଲିପି କୁମାର ସାହୁ ନେତୃତ୍ୱରେ ଏକ ସେପ୍ଟି ଟେପେ ଲଗାଯାଇଛି । ଏହି କାର୍ଯ୍ୟ ସମୟରେ ଅଞ୍ଚଳର ବରିଷ୍ଠ ପ୍ରଧାନ ଶିକ୍ଷକ ଦିଜ୍ଜ୍ଵବର ମୁଦୁଲି ସହିତ ସ୍ତାନୀୟ ତୁଳସୀପୁର ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ତଥା ସମାଜସେବୀ ଅରକ୍ଷିତ ଭୋଇ ଓ ସହଯୋଗୀ ନିରଞ୍ଜନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।  ତୁଳସୀପୁର ଠାରୁ ତିନ୍ତୁଳିଗୁଆ , ଶଇଦାବାଦ ପର୍ଯ୍ୟନ୍ତ ଗ୍ରାମଞ୍ଚଳ ରେ ପ୍ରଥମ କରି ପ୍ରତି ବୁଲାଣି ରେ  ସେପ୍ଟି ନାଲି ଟେପେ ଲଗାଇ ଥିବାରୁ  ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ  ଉଚ୍ଚ ପ୍ରଂସଶା କରିଥିଲେ । ଆଗାମୀ ଦିନରେ ଛୋଟ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ସରକାର ପକ୍ଷରୁ ପ୍ରତି ଗ୍ରାମାଞ୍ଚଳରେ ଏହି ପରି ସେପ୍ଟି ଟେପେ ଲଗାଇବାକୁ ଯୁବ ସମାଜସେବୀ ଦିଲିପି କୁମାର ସାହୁ କହିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS