ଛାମୁଣ୍ଡିଆରେ କାଳ ବୈଶାଖୀରେ ରାସ୍ତା ଉପରେ ଭାଙ୍ଗିଲା ଆମ୍ବଗଛ, ଯାତାୟାତରେ ବାଧା
ଗଣିଆ( ମଣିଭଦ୍ରା ଖବର) ଗଣିଆ ବ୍ଳକ ଛାମୁଣ୍ଡିଆ ଠାରେ କାଳବୈଶାଖୀ ପବନରେ ଏକ ବିରାଟ ଆମ୍ବଗଛ ରାସ୍ତା ଉପରେ ଭାଙ୍ଗି ପଡିଥିବା ବେଳେ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା । ଆମ୍ବଗଛଟି ଦୀର୍ଘ ସମୟ ଧରି ସେଠାରେ ପଡି ରହିବା ଫଳରେ ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏ ସମ୍ପର୍କରେ ଖବର ପାଇ ଦମକଳ ଅଧିକାରୀ ବିଜୟାନନ୍ଦ ପରିଡା ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମେସିନ ସାହାଯ୍ୟରେ ରାସ୍ତା ଉପରେ ପଡିଥିବା ଆମ୍ବ ଗଛଟିକୁ କାଟିବା ପରେ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଥିଲା । ଗଣିଆରେ କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ପବନ ବହିବା ଫଳରେ ଗଛପତ୍ର ଭାଙ୍ଗି ପଡିଥିବା ବେଳେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।
ମଣିଭଦ୍ରା ଖବର, ଗଣିଆ
Post a Comment