ସମସ୍ୟା ଘେରରେ ଟାକରା ଆଶ୍ରମ ବିଦ୍ୟାଳୟ
ନାହଁନ୍ତି ଆବଶକୀୟ ସଂଖ୍ୟକ ଶିକ୍ଷକ
ଶିକ୍ଷା କ୍ଷେତ୍ରରେ ଘୋର ବିଭ୍ରାଟ
ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ) ସମସ୍ୟା ଘେରରେ ଟାକରା ଆଶ୍ରମ ବିଦ୍ୟାଳୟ, ଆଦିବାସୀ ହରିଜନ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟଟି ଆଜିବି ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଏହି ବିଦ୍ୟାଳୟ ରେ ବାଲବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 9ଟି ଶ୍ରେଣୀର 150 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ଏହା ପରିସରରେ 100 ରୁ ଉର୍ଦ୍ଧ ଆଦିବାସୀ ହରିଜନ ଛାତ୍ରୀ ଏଠାରେ ଆବାସିକ ଭାବରେ ରହି ପାଠ ପଢ଼ୁଥିବାବେଳେ ମାତ୍ର 4 ଜଣ ଶିକ୍ଷକ ଓ ଜଣେ ଅତିଥି ଶିକ୍ଷକଙ୍କ ମାଧ୍ୟମରେ ଚାଲିଛି ଶିକ୍ଷାଦାନ. 9 ଗୋଟି ଶ୍ରେଣୀକୁ 4 ଜଣ ଶିକ୍ଷକ କେମିତି ପାଠ ପଢ଼ାଇବେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ସାହୁ ଏବଂ ବହୁ ଅଭିଭାବକ କହିବା ମୁତାବକ ଶିକ୍ଷକ ସମସ୍ୟାକୁ ନେଇ ପୂର୍ବରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ ଏଯାବତ ବିଦ୍ୟାଳୟରେ ଥିବା ଶିକ୍ଷକ ସମସ୍ୟାରେ କୌଣସି ସମାଧାନ ହୋଇନାହିଁ। ତେବେ ବର୍ତମାନ 2025-26 ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବା ବେଳେ ଏ ସମସ୍ୟାର ସମାଧାନ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଯଦି ଆଗାମୀ 10 ଦିନ ମଧ୍ୟରେ ଏହାର କୌଣସି ସମାଧାନ କରାନଯାଏ ତେବେ ଏହା ଜନ ଆନ୍ଦୋଳନର ରୂପ ନେବ ବୋଲି ପରିଚାଳନା କମିଟି ସଭାପତି ଏବଂ ଅଭିଭାବକ କହିଛନ୍ତି।କାରଣ ପୂର୍ବରୁ ଶିକ୍ଷକ ଯୋଗାଇଦେବା ନିମନ୍ତେ ବହୁ ଅଶେଶ୍ୱନା ମିଳୁଥିଲେ ସୁଦ୍ଧା ଏଯାବତ ଏହାର କୌଣସି ନିଷ୍କର୍ଷ ବାହାରି ପାରିନାହିଁ ବା ଶିକ୍ଷକ ସମସ୍ୟାରେ ଜବନିକା ପଡ଼ି ପାରିଲାନାହିଁ।ତେଣୁ ଭବିଷ୍ୟତରେ ଯଦି ଆଦିବାସୀ ମାନଙ୍କ ଜନ ଆନ୍ଦୋଳନ କିମ୍ବା ରାସ୍ତାରୋକ ଭଳି ପଦକ୍ଷେପ ନିଅନ୍ତି ତେବେ ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଅଭିଭାବକ ମାନେ ମତବ୍ୟକ୍ତ କରିଛନ୍ତି।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment