BREAKING
Loading...
:

ଅନ୍ତ୍ୟୋଦୟ ଗୃହ ଯୋଜନା ବିଜିବିଓ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ବିଷମକଟକ ଠାରେ ଉଦଘାଟନ l

 ଅନ୍ତ୍ୟୋଦୟ ଗୃହ ଯୋଜନା ବିଜିବିଓ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି  ବିଷମକଟକ ଠାରେ ଉଦଘାଟନ l

ବିଷମକଟକ (ମଣିଭଦ୍ରା ଖବର) 

: 30/03/25


Slug -ଆଜି ବିଷମକଟକ ସଦର କଲ୍ୟାଣୀ ମଣ୍ଡପ ଠାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ତରଫରୁ ଅନ୍ତ୍ୟୋଦୟ ଗୃହ ଯୋଜନା ବିଜିବିଓ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବିଚାର କଲେ ବିଜେପି ସରକାର ଓଡିଶା ର ଗରିବ ନିରୀହ ଙ୍କ ଗ୍ରାମୀଣ ରୂପାନ୍ତର ବିକାଶ ପାଇଁ ମୋହନ ସରକାରଙ୍କ ଉଚ୍ଚାଭିଳାଷୀ "ବିକସିତ ଗାଁ ବିକସିତ ଓଡିଶା" (ବିଜିବିଓ) କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି I ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ତରଫରୁ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଆଜି ଦିନ 10 ଘାଣ୍ଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭରଚୁଆଲ ମୋଡ଼ ରେ ଏହାର ଶୁଭାରମ୍ଭ କରିଥିବା ବେଳେ ଗ୍ରାମୀଣ ଓଡିଶାର ରୂପାନ୍ତର ପାଇଁ ରାଜ୍ୟ ବ୍ୟାପି ଏହି ଯୋଜନା ଆଜି ଠାରୁ ଲାଗୁ କରାଯାଇଛି I ପ୍ରତ୍ୟେକ ବ୍ଲକ ତଥା ଗ୍ରାମ ପଞ୍ଚାୟତରେ ସମଗ୍ର ଗ୍ରାମୀଣ ବିକାଶକୁ ଆଗେଇ ନେବା ପାଇଁ ପରିକଳ୍ପିତ ଏହି ପଦକ୍ଷେପ ଓଡିଶା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବିଷମକଟକ ଠାରେ ଏହାର ପ୍ରସ୍ତୁତି ଓ ସଫଳ ଆୟୋଜନ ନେଇ ବ୍ଲକ ପ୍ରଶାସନ ସମସ୍ତ ପ୍ରକାର ଉତ୍ସାହିତ ରହିଥିବା ଜଣାପଡିଛି I ଏକ ପାଞ୍ଚ ବାର୍ଷିକ ବିକାଶର ରୋଡମ୍ୟାପ୍, ଯାହା ଗ୍ରାମାଞ୍ଚଳ ରେ ରହିଥିବା ଭିତ୍ତିଭୂମି ଓ ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବାରେ ରହିଥିବା ପ୍ରତିବନ୍ଧକକୁ ଦୂର କରିବା ସହ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ନିରନ୍ତର ଅଭିବୃଦ୍ଧି ତଥା ଉନ୍ନତ ମାନର ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି  l ଓଡିଶା ରେ ବିଜେପି ମୋହନ ସରକାରଙ୍କ ଦୂରଦୃଷ୍ଟି ଦିଗରେ ଏହି ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ହିତାଧିକାରୀ ଙ୍କୁ କାର୍ଯ୍ୟଦେଶ ପତ୍ର ଦିଆଯାଇଛି  l ଏହି ଅନ୍ତ୍ୟୋଦୟ ଯୋଜନା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଓ ଏଥିରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଜଣାପଡିଛିI ଏହା ମାଧ୍ୟମରେ ଲୋକଙ୍କ ମୌଳିକ ଭିତ୍ତିଭୂମିର ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ, ବିଶେଷ ଭାବରେ ଅନୁନ୍ନ‌ତ ଗରିବ ନିରୀହ ଜନଜାତି ସମୁଦାୟ (PVTG) ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ,କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତିକରଣ,ଶିକ୍ଷା ଓ କ୍ରୀଡ଼ା ଭିଭିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ,ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ଵୟନ ଆଦି ହାସଲ ପାଇଁ ଲକ୍ଷ୍ୟ ରଖାଯାଇଛି I

“ଏହି ପଦକ୍ଷେପ ଓଡିଶାର ଗ୍ରାମୀଣ ବିକାଶ ଦିଗରେ  ଜନସାଧାରଣ ଙ୍କ ପାଇଁ ଏକ ମାଇଲଖୁଣ୍ଟ ଭଳି କାର୍ଯ୍ୟକାରୀ ହେବ ଯାହା ବିଜେପି ସରକାର ଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମlଝିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆମେ ପ୍ରତ୍ୟେକ ଗ୍ରାମକୁ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ କରାଇବା ପାଇଁ ଉତ୍ସର୍ଗୀକୃତ ହେବ ବୋଲି ଗଣମାଧ୍ୟମକ ଆଗରେ ଉତ୍ତର ଦେଇଥିଲେ ବିଷମକଟକ ବିଡିଓ ଶ୍ରୀ ଶିବ ପ୍ରସାଦ ପଟନାୟକ ତଥା  ସହକାରୀ ଯନ୍ତ୍ରୀ ମାନେ ଏବଂ ବହୁ ସଂଖ୍ୟାରେ ବ୍ଲକ ର ସମସ୍ତ ପଞ୍ଚାୟତ ପ୍ରତିନିଧି,ସ୍ଥାନୀୟ ବିଜେପି ନେତା, ଏବଂ ବ୍ଲକର ବିଭିନ୍ନ ସ୍ଥାନରୁ ସମ୍ପ୍ରଦାୟର ପ୍ରତିନିଧୀ ଓ ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳତା ର ସମ୍ପନ୍ନ କରିଥିବା ରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଷମକଟକ କ ଓ ଖ ଜୋନ ଜିଲ୍ଲାପରିଷଦ ସଭ୍ୟା ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ  l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS