BREAKING
Loading...
:

କୁଲେଇଗଡ଼ ଗ୍ରାମ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ମହିଳାମାନେ ନେଲେ ଶପଥ

 କୁଲେଇଗଡ଼ ଗ୍ରାମ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ମହିଳାମାନେ ନେଲେ ଶପଥ

ସମ୍ବଲପୁର (ମଣିଭଦ୍ରା ଖବର) 


କୁଚିଣ୍ଡା ଉପଖଣ୍ଡରେ ନିଶା ନିବାରଣ ଅଭିଯାନର କାୟା ବିସ୍ତାରିତ ହେଉଥିବା ବେଳେ କୁଟୁରାଚୁଆଁ ଗ୍ରାମ ପଞ୍ଚାୟତରେ ଏହାର  ପ୍ରଭାବ ପଡି ଏବେ କୁଲେଇଗଡ଼ ଗ୍ରାମ ପଞ୍ଚାୟତରେ ମଧ୍ୟ ପଡ଼ିଛି। ଶନିବାର ଦିନ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳନ ଅବସରରେ କୁଲେଇଗଡ ସ୍ଥିତ ରାଜୀବ ଭବନଠାରେ ଏମବିକେ ପୁଷ୍ପାଞ୍ଜଳି ମାଝୀ  ଓ ପୁରୁଣାପାଣି ଠାରେ ସରପଞ୍ଚ ନଳିନୀ କିସାନଙ୍କ ସଭାପତିତ୍ୱରେ ଦୁଇଟି ସଭାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଏହି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବାକୁ ସର୍ବ ପ୍ରଥମେ ସଂପୂର୍ଣ୍ଣ ନିଶା ନିବାରଣ କରିବାକୁ ମହିଳାମାନେ ବଜ୍ର ଶପଥ ନେଇଥିଲେ। ଏହି ସଭା ଦ୍ୱୟରେ ବିଶିଷ୍ଟ ସମାଜସେବୀ ତଥା ନିଶା ନିବାରଣ ଅଭିଯାନ ର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ଉପଖଣ୍ଡ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ମହାସଂଘର ସଭାନେତ୍ରୀ ମୀନା ମହାନନ୍ଦିଆ, ପୂର୍ବତନ ସରପଞ୍ଚ ନମିତ ଭୋଇ, ୱାର୍ଡ ସଭ୍ୟା ଅଞ୍ଜିତ ଲୁହୁରା, ନାଏବ ସରପଞ୍ଚ ଲମ୍ବୋଦର କୁମୁରା, ପୂର୍ବତନ ସମିତି ସଭ୍ୟ ଓମ୍ ପ୍ରକାଶ ପଟେଲ, ଗୀତା ଭଞ୍ଜ, ଅନିତା ପଟେଲ, ଲୋଚନୀ କଲି, ପୁରୁଣା ପାଣି ଗ୍ରାମ୍ୟ କମିଟି ସଭାପତି ସୁଦେସ ପଟେଲ, ଆଦିବାସୀ ନେତା ଦେବାର୍ଚ୍ଚନ କିସାନ ପ୍ରମୁଖ ଭାଷଣ ଦେଇ ଜନ ଜାଗରଣ ସକାଶେ ଆସନ୍ତା ଏପ୍ରିଲ ତିନି ଓ ଚାରି ତାରିଖ ଦିନ ନିଶାମୁକ୍ତ ପଦଯାତ୍ରା କରାଯିବାକୁ ଆହ୍ବାନ ଦେଇଥିଲେ । ଶେଷରେ ମହିଳା ମହାସଂଘ ସମ୍ପାଦିକା ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS