କୋରାପୁଟ ଜିଲ୍ଲା ପାଇଁ ଗୌରବ ଆଣିଲେ ଦକ୍ଷ ପୋଲିସ ଅଫିସର ମୋନୋବ୍ରତା l
କୋରାପୁଟ (ମଣିଭଦ୍ରା ଖବର) ସବୁବେଳେ ଅପରାଧୀ ଙ୍କର ମନ ରେ ଛନକା ସୃଷ୍ଟି କରୁଥିବା ତଥା ଯେ କୌଣସି ଆଇନ ର ସମସ୍ୟା ହେଉ ଅବା ଜଟିଳ କେସ ର ସମାଧାନ କରୁଥିବା ଦକ୍ଷ ପୋଲିସ ଅଫସର ତଥା କୋରାପୁଟ ର ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ମୋନବ୍ରତl ଶଥପଥି ଏବେ କୋରାପୁଟ ଜିଲ୍ଲାପାଇଁ ଗୌରଵ ଆଣିଛନ୍ତି l ଚଳିତ ବର୍ଷ ପାଇଁ ରାଜ୍ୟ ସରକାର ଙ୍କ ଠୁ ଡିଜିପି ଡିସ୍କ ସଂମ୍ମାନ ପାଇବା ପାଇଁ ମୋନନୀତ ହୋଇ ରାଜ୍ୟର ଚଉଦଜଣ ଦକ୍ଷ ପୋଲିସ ଅଫିସର ମଧ୍ୟ୍ୟରେ ସ୍ଥାନପାଇଛନ୍ତି l ଏପ୍ରିଲ ଏକ ତାରିଖ ଦିନ ଗୃହ ବିଭାଗ ଦ୍ୱାରା ପୁରସ୍କୃତ ହେବାକୁ ଥିବା ବେଳେ ଏହି ପୁରସ୍କାର ପୋଲିସ ବିଭାଗ ରେ କାଯ୍ୟ କରୁଥିବା ଅନ୍ୟ କର୍ମଚାରୀଙ୍କର ମୋନବଳ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଜଣାପଡିଛି l
ସୂଚନା ଯୋଗ୍ୟ 2017ରେ ପୋଲିସ ବିଭାଗ ରେ ଯୋଗଦେଇଥିବା ଏହି ଦବଙ୍ଗ ମହିଳା ପୋଲିସ କର୍ମଚାରୀ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଦକ୍ଷତାର ସହ ଏବଂ ନିଷ୍ଠାପର ଭାବେ ନିଜର କାଯ୍ୟ ସଂପାଦିତ କରିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق