BREAKING
Loading...
:

କୋରାପୁଟ ଜିଲ୍ଲାରେ ନବଭାରତ ସାକ୍ଷରତା ଅନ୍ତର୍ଗତ ଆକଳନ କାଯ୍ୟକ୍ରମ ଅନୁଷ୍ଠିତ l

 *କୋରାପୁଟ ଜିଲ୍ଲାରେ ନବଭାରତ ସାକ୍ଷରତା ଅନ୍ତର୍ଗତ ଆକଳନ କାଯ୍ୟକ୍ରମ ଅନୁଷ୍ଠିତ l


କୋରାପୁଟ (ମଣିଭଦ୍ରା ଖବର) ଆଜି କୋରାପୁଟ ଜିଲ୍ଲାରେ ନବାଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ର ଆକଳନ ସମାପ୍ତ ହୋଇଯାଇଛି।ଜିଲ୍ଲାରେ ୬୬୩ କେନ୍ଦ୍ରରେ ୧୨୨୯୯ ଜଣ  ପନ୍ଦର ବର୍ଷ ଉର୍ଦ୍ଧ ରୁ 45,ବର୍ଷ ବୟସ ର ବୟସ୍କ ବ୍ୟକ୍ତି ଯାଏଁ ଏଥିରେ ଯୋଗ ଦେଇଥିଲେ ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ସୂଚନା ଦେଇଛନ୍ତି।କୋରାପୁଟ ବ୍ଲକର ଛଅଟି ଜାଗାରେ ପୁଚିଲା ସାହି ,ମାଳି ଲିଟିଗୁଡ଼ା, ଗୋପାଳପୁଟ,କେରେଗାଁ,ପୁରୁଣା କୋରାପୁଟ ଓ ପାଲିଗୁମାଣ୍ଡି ଠାରେ ଏହି କେନ୍ଦ୍ର ହେଇଥିବା ସିଆରସିସି ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି। ଏହି କାଯ୍ୟକ୍ରମ କରିବାର ଉଦ୍ଦେଶ୍ୟ ହେଉଛି ନିରକ୍ଷର ଙ୍କୁ ସ୍ଵାକ୍ଷର କରିବା ଏବଂ ଶିକ୍ଷିତ କରିବା ସହ  ଜ୍ଞାନ ଆହୋରଣ କ୍ଷେତ୍ରରେ ରେ ସେମାନେ ନିଜକୁ ସାମିଲ କରିବା ହେଉଛି ମୂଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS