BREAKING
Loading...
:

ଘୋଷଣା ସତ୍ୱେ ଦଶପଲ୍ଲା ରୁ ପୁରୀ ଚାଲୁନି ମେମୁ ଟ୍ରେନ, ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଉଦବେଗ ପ୍ରକାଶ

 ଘୋଷଣା ସତ୍ୱେ ଦଶପଲ୍ଲା ରୁ ପୁରୀ ଚାଲୁନି ମେମୁ ଟ୍ରେନ, ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଉଦବେଗ ପ୍ରକାଶ 

ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଠାରେ ଏକ ନୂତନ ରେଳ ଷ୍ଟେସନ ଗତବର୍ଷ ଜାନୁଆରୀ ମାସରୁ ଉଦଘାଟିତ ହେବା ପରଠାରୁ ଦଶପଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଯାତ୍ରୀ ପୁରୀକୁ ନିୟମିତ ଯିବା ଆସିବା କରୁଛନ୍ତି । ଖୁବ୍ କମ୍ ଖର୍ଚ୍ଚରେ ଏବଂ ଗୋଟିଏ ଦିନରେ ପୁରୀ ଯାଇ ସେଠାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ସମୁଦ୍ରକୂଳ ବୁଲାବୁଲି ହୋଇ ପାରୁଥିବାରୁ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦଶପଲ୍ଲା ନିକଟବର୍ତ୍ତି ଗଣିଆ,ଛାମୁଣ୍ଡିଆ, ବଡ଼ସିଲିଙ୍ଗା, ବାଣିଗୋଚ୍ଛା, ଟାକେରା,କଳସଖମଣ ଏପରିକି ବୌଦ୍ଧ,ଚାରିଛକ,ମାଧପୁର ଆଦି ଅଞ୍ଚଳରୁ ଲୋକମାନେ ପ୍ରତ୍ୟହ ଭୁବନେଶ୍ୱର ଏବଂ ପୁରୀ ଯା’ଆସ କରୁଛନ୍ତି । ଦିନକୁ ଦିନ

ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ପୁରୀକୁ ସ୍ୱତନ୍ତ୍ରଭାବେ ମେମୁ ଟ୍ରେନ

ପ୍ରଚଳନ କରିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ କର୍ତ୍ତୃପକ୍ଷଙ୍କ ନିକଟରେ

ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଏହି ପରିପ୍ରେକ୍ଷୀରେ ଗତ ଡିସେମ୍ବର ମାସ ୧୪

ତାରିଖରେ ପୂର୍ବତଟ ରେଳପଥ ପକ୍ଷରୁ ଚିଠି ନଂ-୪୭୫ ମାଧ୍ୟମରେ ଚଳିତ ଜାନୁଆରୀ ମାସ ୧ ତାରିଖରୁ ଦଶପଲ୍ଲା ପୁରୀ ମଧ୍ୟରେ ନୂତନ ମେମୁ ଟ୍ରେନ ଚଳାଚଳ ପରିବ ବୋଲି ସମସ୍ତଙ୍କୁ ସୂଚନା ଦିଆଯାଇଥିଲା । ସେହି ଅନୁସାରେ ଦଶପଲ୍ଲାରୁ ପୁରୀ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ନଂ-୦୮୪୪୯ କୁ ବଦଳା ଯାଇ ମେମୁ ଟ୍ରେନ ନମ୍ବର ୬୮୪୪୯ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା । ତେବେ ଗତ ଜାନୁଆରୀ ୧ରୁ  ଟ୍ରେନ ନମ୍ବର ବଦଳି ଯାଇଥିବା ବେଳେ ଟ୍ରେନ କିନ୍ତୁ ସେହି ପୁରୁଣା ଚଳାଚଳ କରୁଛି । ଅନ୍ୟ ପକ୍ଷରେ ପୁରୀ ଯିବା ପାଇଁ ଦିନକୁ ଦିନ ଯାତ୍ରୀ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇ ଚାଲିଥିବା ବେଳେ ନୟାଗଡ଼ ଜିଲ୍ଲା ପ୍ରତି ରେଳ

ବିଭାଗର ବୈମାତୃକ ମନୋଭାବ ନେଇ ବେଶ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ । ତୁରନ୍ତ ପୂର୍ବ ଘୋଷଣା ଅନୁସାରେ ଦଶପଲ୍ଲା-ପୁରୀ ମଧ୍ୟରେ ମେମୁ ଟ୍ରେନ ପ୍ରଚଳନ କରିବା ପାଇଁ ନୟାଗଡ଼

ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ,ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ

ସମେତ ବିଭିନ୍ନ ସଂଗଠନ,ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କ ପକ୍ଷରୁ ପୂର୍ବତଟ ରେଳ

କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS