ଉପର ମହଲାରେ ଡାକଘର, ବରିଷ୍ଠ ନାଗରିକ ହଟହଟା
ଗଣିଆ (ମଣିଭଦ୍ରା ଖବର) ସୂଚନା ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ଯୋଗୁଁ ପୂର୍ବରୁ ଯୋଗାଯୋଗ ମାଧ୍ୟମ ପାଲଟିଥିବା ଚିଠିକୁ ଆଉ ବିଶେଷ ଗୁରୁତ୍ୱ ଦିଆଯାଉନାହିଁ । ମୋବାଇଲ ଓ ଇଣ୍ଟରନେଟର ବହୁଳ ବ୍ୟବହାର ହେଉଛି । ତଥାପି ଅନେକ କାର୍ଯ୍ୟକ୍ରମ ଡାକଘର ମାଧ୍ୟମରେ ପରିଚାଳିତ ହେଉଛି । ଏହାଛଡା କେନ୍ଦ୍ର ସରକାରଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଡାକଘରୁ ପେନସନ ଦିଆଯାଉଛି । ସୁକନ୍ୟା ଯୋଜନା, ଜାତୀୟ ଡାକଘର ସଞ୍ଚୟ ଯୋଜନା ପାଇଁ ଅନେକ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ହାତକୁ ନେଇଛନ୍ତି । କାର୍ଯ୍ୟରତ ପୋଷ୍ଟମାଷ୍ଟର ଏବଂ ବରିଷ୍ଠ ଅଧିକାରୀଙ୍କ ଅପାରଗତା ଯୋଗୁଁ ଗଣିଆରେ ଦୀର୍ଘ ବର୍ଷ ହେବ ଉପରମହଲାରେ ଡାକଘର ଚାଲିଛି । ବରିଷ୍ଠ ନାଗରିକ ମାନେ ଲମ୍ବା ସିଡିରେ ଚଢି ଉପରକୁ ଯିବାର ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତ୍ୟନ୍ତ ବୟସ୍କ ତଥା ଭିନ୍ନକ୍ଷମ ମାନେ ଅନ୍ୟ କାହାର ସାହାରା ନେଉଥିବା ଦେଖିବାକୁ ମିଳିଛି । ଏପରିକି ଗଣିଆରେ ଡାକଘରର ନିଜସ୍ବ ଗୃହ ମଧ୍ୟ ନାହିଁ । ଦୀର୍ଘ ଦିନ ହେବ ଭଡାଘରେ ଚାଲିଛି ଡାକଘର । ସ୍ଥାନୀୟ ବୁଦ୍ଧିଜୀବୀ ମାନେ ବାରମ୍ବାର ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ଫରକ ପଡୁନାହିଁ । ସରକାର ବିଭିନ୍ନ ବିଭାଗ ଜରିଆରେ ଅନାବଶ୍ୟକ ସ୍ଥାନରେ ନୂତନ ଗୃହ ନିର୍ମାଣ କରୁଥିବା ବେଳେ ଗଣିଆରେ ଆବଶ୍ୟକ ଥିଲେ ମଧ୍ୟ ସ୍ଥାୟୀ ଡାକଘରଟିଏ ନିର୍ମାଣ ହୋଇପାରୁନାହିଁ । ଡାକଘର ପାଇଁ ଆବଶ୍ୟକୀୟ ଜାଗା ଚିହ୍ନଟ କରି ତୁରନ୍ତ ନୂତନ ଡାକଘର ଖୋଲିବାକୁ ଦାବି ହେଉଛି। ଏପରିକି ବର୍ତମାନ ଉପରମହଲାରେ ଚାଲିଥିବା ଡାକଘରକୁ ନୂଆ ଘର ହେବା ପର୍ଯ୍ୟନ୍ତ କୈାଣସି ତଳ ମହଲାରେ ଡାକଘର ଚଲାଇବାକୁ ବରିଷ୍ଠ ନାଗରିକ ମାନଙ୍କ ତରଫରୁ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق