ଗଣିଆ ମେଡିକାଲରେ ୧୦୮ ଆମ୍ବୁଲାନ୍ସ ନଥିବାରୁ ରୋଗୀ ହନ୍ତସନ୍ତ,୧୦୮ କର୍ମଚାରୀ ନିଘୋଡ଼ ନିଦରେ
ଗଣିଆ (ମଣିଭଦ୍ରା ଖବର) ରୋଗୀ ମାନଙ୍କୁ ମାଗଣାରେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି । ବିଶେଷକରି ଅପହଞ୍ଚ ଇଲାକାରେ ତଥା ଗରୀବ ନିରିହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ଏହି ସେବା ପାଇପାରିବେ କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଏବଂ ଅପାରଗତା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଏବେ ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ନୟାଗଡ଼ ଜିଲ୍ଲା ଗଣିଆରେ ଏବେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଗଣିଆ ମେଡିକାଲରେ ୧୦୮ ଆମ୍ବୁଲାନ୍ସ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୧୨ ତାରିଖରେ ଗଣିଆ ୧୦୮ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ । ଯାହା ଫଳରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ୧୦୮ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ସମ୍ପର୍କରେ ଗଣିଆ ଆମ୍ବୁଲାନ୍ସ ଦାୟିତ୍ବରେ ଥିବା କ୍ଳଷ୍ଟର ଲିଡର ସୁନିଲ ମିଶ୍ରଙ୍କୁ ପଚାରିବାରୁ ଦୁର୍ଘଟଣା ହୋଇଥିବା ଆମ୍ବୁଲାନ୍ସଟି ସୋରୁମକୁ ମରାମତି ହେବା ପାଇଁ ଯାଇଛି । କାମ ଶେଷ ହେବାପାଇଁ ଆହୁରି ୮/୧୦ ଦିନ ଲାଗିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗଣିଆରେ ୧୦୮ ଆମ୍ବୁଲାନ୍ସର ଆବଶ୍ୟକତାକୁ ନଜର ରଖି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment