BREAKING
Loading...
:

ଷ୍ଟାଡିୟମ ପାଚେରି ଜବରଦଖଲ ହଟାଇବାକୁ ଗ୍ରାମବାସୀ ଙ୍କ ଦାବି

 

ଷ୍ଟାଡିୟମ ପାଚେରି ଜବରଦଖଲ ହଟାଇବାକୁ ଗ୍ରାମବାସୀ ଙ୍କ ଦାବି

ପାଟଣା  (ମଣିଭଦ୍ରା ଖବର) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ଜଡ଼ିଚାତର ଶରଧାପୁର ସୀମାରେ ସରକାରୀ ଅନୁଦାନରେ ପଞ୍ଚାୟତ ଷ୍ଟାଡିୟମ ନିର୍ମାଣ କରାଯାଉ ଥିବାବେଳେ ଏହାର ପାଚେରି ନିର୍ମାଣରେ ବାଧା ଉପୁଜିଛି 

୨ ଜଣ ଏହି ଜାଗାକୁ ଜବରଦଖଲ କରୁଥିବାରୁ ଏହି ସରକାରୀ ଜାଗାକୁ ଉଚ୍ଛେଦ ଦାବି ହୋଇଛି ୨ ଜଣ ମିଶି ଝୁମ୍ପୁଡି ଘର କରିଦେଇଥିବାରୁ ଷ୍ଟାଡିୟମ ସିଧା ସଳଖ ହୋଇପାରୁନାହିଁ ଏନେଇ ଚାକୁଣ୍ଡାପାଳ ପଞ୍ଚାୟତର ଲୋକମାନେ ଶରଧାପୁରଠାରେ ଆଜି ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଛନ୍ତି ।ପୁର୍ବରୁ ମଧ୍ୟ ପାଟଣା ବିଡିଓ ତହସିଲ ଓ ଜିଲ୍ଲାପାଳ କରିଥିଲେ ମଧ୍ୟ ନ୍ୟାୟ ନ ପାଇବାରୁ ଆଜି ରାସ୍ତା ଅବରୋଧ କରିଥିବା ବେଳେ ଯାତ୍ରି ଓ ବସ୍ ଠପ୍ ହୋଇଥିବା ଦେଖିବାକୁ ମିଳିଛି ।

ତୁରନ୍ତ ଜବରଦଖଲ ହଟାଇବାକୁ ଗ୍ରାମବାସୀ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଅନୁରୋଧ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS