BREAKING
Loading...
:

ଗଡ଼ ଇଟାପୋଖରୀ ଆଶ୍ରମ ସ୍କୁଲରେ ପିତା ମାତା ସହଭାଗୀତା ବୈଠକ ।

 ଗଡ଼ ଇଟାପୋଖରୀ ଆଶ୍ରମ ସ୍କୁଲରେ ପିତା ମାତା ସହଭାଗୀତା ବୈଠକ ।

ନିମାପଡା :- ୩୦/୦୩ (ମଣିଭଦ୍ରା ଖବର) ଚାରିଛକ ନିକଟସ୍ଥ କଳାପାଞ୍ଚଣ ପଞ୍ଚାୟତ ଗଡ଼ ଇଟାପୋଖରୀ ଗ୍ରାମରେ ଥିବା ଆଶ୍ରମ ସ୍କୁଲରେ ପିତା ମାତା ସହଭାଗୀତା ବୈଠକ ସ୍କୁଲ ପରିସର ମଧ୍ୟରେ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ଉକ୍ତ ବୈଠକ ର ଆବାହକ ସୂର୍ଯ୍ୟ ନାରାୟଣ ମିଶ୍ର ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ସିଆରସିସି ସୁଶାନ୍ତ କୁମାର ମୁଦୁଲି , ସମ୍ନାନିତ ଅତିଥି ଭାବେ ସମାଜସେବୀ ହରିବର ରାୟ ,ଷଣ୍ଢପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିନ୍ମୟ ମିଶ୍ର , ଭୋଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସଁ ,ପ୍ରଧାନ ଶିକ୍ଷକ ମନୋରଞ୍ଜନ କୁଣ୍ଡ , ଉପ ସଭାପତି ସିଂଗଧରଣୀ ପାତ୍ର ପରିଚାଳନା କମିଟିର ସଭାପତି ସୁକାନ୍ତ କୁମାର ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ବୈଠକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ବୈଠକରେ କିଭଳି ଭାବେ ନୂତନ ଓ ପୂରାତନ ଛାତ୍ର ଛାତ୍ରୀ ମାନେ ରହି ଉଚ୍ଚ ସ୍ଥରୀୟ ଶିକ୍ଷା ଲାଭ କରିବେ ଏହି ପିତା ମାତା ସହଭାଗୀତା ବୈଠକରେ ଆଲୋଚନା କରିଥିଲେ । ଏହି ପିତା ମାତା ସହଭାଗୀତା ବୈଠକରେ ରଶ୍ମିତା ସାହୁ ,ପ୍ରଦେଶ ବସ୍ତିୟା ,ଶଙ୍କର ମଲ୍ଲିକ ,ଦେଵ ଶବର ,ଝରଣା ମଲ୍ଲିକ ,ପ୍ରତିମା କାଣ୍ଡି ,ସୁବାସିନି ସିଙ୍ଗ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଉକ୍ତ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS