BREAKING
Loading...
:

ଗ୍ରାମରେ ମିନି ଷ୍ଟାଡିୟମ କରିବାକୁ ଦାବି

 ଗ୍ରାମରେ ମିନି ଷ୍ଟାଡିୟମ କରିବାକୁ ଦାବି                

ପାଟଣା( ମଣିଭଦ୍ରା ଖବର) କେନ୍ଦୁଝର, ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଗ୍ରାମ ପଂଚାୟତରେ ବିସ୍ତୀର୍ଣ୍ଣ ସରକାରୀ ଜମି ରହିଛି। ଏହି ଖାଲି ସ୍ଥାନରେ ପିଲାମାନେ ଖେଳକୁଦ କରନ୍ତି ବିଭିନ୍ନ ଟୁର୍ଣ୍ଣାମେଣ୍ଟ କରନ୍ତି। ବାରମାସୀ ଏଠାରେ ଫୁଟବଲ, କ୍ରିକେଟ ଖେଳ ହୁଏ ପୁଣି ବିଭିନ୍ନ ପର୍ବପର୍ବାଣି ମଧ୍ୟ। ହେଲେ ଏଠାରେ ଖାଲ ଢିପ ଜମି ଥିବାରୁ ଖେଳିବା ବେଳେ ବ୍ୟାପକ ଅସୁବିଧା ହୁଏ। ପୁଣି ଗାଈ ଷଣ୍ଢ ଖେଳିବା ବେଳେ ପଶି ଆସନ୍ତି। ତେଣୁ ଗ୍ରାମରେ ଏବେ ଖେଳ ହେଉଥିବା ପଡିଆକୁ ସମତୁଲ କରି ପଞ୍ଚାୟତ ମିନି ଷ୍ଟାଡିୟମ କରିବାକୁ ଗ୍ରାମର ଯୁବକମାନେ ଦାବି କରିଛନ୍ତି। ସେମାନେ ଚାରିପଟେ ପ୍ରାଚୀର କରି ଜମିକୁ ସଂରକ୍ଷିତ ରଖିବାକୁ ସ୍ୱର ଉଠେଇଛନ୍ତି। ସେମାନେ ଆଶା କରିଛନ୍ତି ଗ୍ରାମ ସ୍କୁଲ ପଛ ପଟ ପଡିଆ ନିଶ୍ଚିତ ଏକ ଖେଳ ଷ୍ଟାଡିୟମରେ ପରିଣତ ହେବ ଯାହାର ସୁଫଳ ସମସ୍ତେ ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ ଙ୍କୁ ଅନୁରୋଧ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS