BREAKING
Loading...
:

ଏଣିକି ଏହି ସମୟରେ ମିଳିବ ରାସନ ସାମଗ୍ରୀ

 ଏଣିକି ଏହି ସମୟରେ ମିଳିବ ରାସନ ସାମଗ୍ରୀ

କଟକ (ମାନସ କୁମାର ସାହୁ) ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ସରକାର। ରାସନ ସାମଗ୍ରୀ ବଣ୍ଟନ ପାଇଁ ବିଭାଗ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି ହୋଇଛି। ସକାଳ ୭ରୁ ୧୦ଟା ଯାଏଁ ରାସନ ବଣ୍ଟନ ହେବା ନେଇ ନିଷ୍ପତ୍ତି ହୋଇଛି।ଏହାସହ ସନ୍ଧ୍ୟା ୫ରୁ ୮ ମଧ୍ୟରେ ମଧ୍ୟ ରାସନ ବାଣ୍ଟିବାକୁ ପରାମର୍ଶ ଦିଆଯାଇଛି। ଏନେଇ ପଦକ୍ଷେପ ନେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ।ଏ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଛି ।


ଏଥିସହ ଖରା ଦାଉରୁ ରକ୍ଷା ପାଇବା ପାଇଁ ହିତାଧିକାରୀମାନଙ୍କ ପାଇଁ ସରକାରୀ ଡିଲର ଦୋକାନ ଗୁଡିକରେ ଅସ୍ଥାୟୀ ଆଶ୍ରୟସ୍ଥଳୀ, ପାନୀୟ ଜଳ, ଓଆରଏସ ମହଜୁଦ ରଖିବା ଭଳି ବ୍ୟାପକ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS