BREAKING
Loading...
:

ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର କଇଁଛ

 ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର କଇଁଛ




ଗଞ୍ଜାମ (ମଣିଭଦ୍ରା ଖବର) ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ଗ୍ରାମସ୍ଥିତ ଋଷୁକୂଲ୍ୟା ବେଳାଭୂମିରେ ଏକ ବିରଳ ପ୍ରଜାତିର କଇଁଛ ଅଣ୍ଡାଦାନ କରିବାକୁ ଆସିଥିବା ଚର୍ଚ୍ଚା ଜୋର ଧରିଛି l ଉକ୍ତ ଲାଲ ରଙ୍ଗର କଇଁଛ ୧୦୦ରୁ ଊର୍ଦ୍ଧ୍ୱ ଅଣ୍ଡା ଦାନ କରିଥିବା ଜଣାପଡ଼ିଛି। ଉକ୍ତ ଘଟଣାକୁ କିନ୍ତୁ ସ୍ଥାନୀୟ ବନ ବିଭାଗ ଅଧିକାରୀ ଆସିଷ୍ଟାଣ୍ଟ କଞ୍ଜରଭେଟର ଦିବ୍ୟଶଙ୍କର ବେହେରା, ବନରକ୍ଷୀ ତପନ କୁମାର ନନ୍ଦ, ବନପାଳ ଡି ପ୍ରଶାନ୍ତ କୁମାର ରାଓ ପ୍ରମୁଖ ଖଣ୍ଡନ କରିଛନ୍ତି। କଇଁଛଙ୍କ ସୁରକ୍ଷା ପାଇଁ ଜୁଲଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ, ଏନ୍‌ଜିଓ ଦକ୍ଷିଣ ଫାଉଣ୍ଡେଶନ, ୱାର୍ଲଡ ଓ୍ବାଇଲ୍ଡ ଲାଇଫ୍‌ ଫଣ୍ଡ୍‌ ଏବଂ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେମିତି କିଛି ସୂଚନା ନ ଥିବା ଏସିଏଫ୍‌ ବେହେରା ଯୋଗାଯୋଗ ବେଳେ କହିଛନ୍ତି। ଅନ୍ୟ ପଟେ ଲାଲରଙ୍ଗର କଇଁଛର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS