BREAKING
Loading...
:

ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଚତୁର୍ଥ ପ୍ରସ୍ତୁତି ବୈଠକ

 ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଚତୁର୍ଥ ପ୍ରସ୍ତୁତି ବୈଠକ

ଦଶପଲ୍ଲା (ମଣିଭଦ୍ରା ଖବର) ଭାରତ ପ୍ରସିଦ୍ଧ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ  ଲଙ୍କାପୋଡି ଯାତ୍ରା  ୨୦୨୫ନିମନ୍ତେ   ଲଙ୍କାପୋଡ଼ି ଯାତ୍ରା କମିଟି, ଦଶପଲ୍ଲା ପକ୍ଷରୁ ସ୍ପୋର୍ଟିଭ ସ୍ପୋର୍ଟସ ସୋସାଇଟ ପରିସରରେ ଚତୁର୍ଥ ପ୍ରସ୍ତୁତି ବୈଠକ ରବିବାର ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇଥିଲା।ଯାତ୍ରା କମିଟି ର ସଭାପତି  କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ  ଆରମ୍ଭ ହୋଇଥିବା ବେଳେ  ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ପାଦକ ସୂର୍ଯ୍ୟମଣି ଦାଶ, ସହ ସମ୍ପାଦକ ଅଞ୍ଜନ ଦାସ ଓ ସୁଶାନ୍ତ କୁମାର ସିଠ, କୋଷାଧକ୍ଷ ଭବାନୀ ପ୍ରସାଦ ମିଶ୍ର,କୁଆଁରିଆ ମହୋତ୍ସବ ସମ୍ପାଦକ କିଶୋର ଚନ୍ଦ୍ର ସାହୁଙ୍କ  ସହିତ ଦଶପଲ୍ଲାର ସମସ୍ତ ବୁଦ୍ଧିଜୀବୀ, ଜ୍ଞାନୀଜିବୀ, ସାମ୍ବାଦିକ, ଠିକାଦାର  ବନ୍ଧୁମାନେ ଉପସ୍ଥିତ ଥିଲେ। ଚଳିତବର୍ଷ ପ୍ରଭୁଙ୍କ ଲଙ୍କାପୋଡି ଯାତ୍ରା ଉତ୍ସବ ଓ କୁଆଁରିଆ ମହୋତ୍ସବ  ସରସ ସୁନ୍ଦର ତଥା ଲୋକାଭିମୁଖୀ ହେବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।  ଏଥିସହିତ ମେଡିକାଲ ଛକ ଠାରେ  ଥିବା ମହାବୀର କ୍ଷେତ୍ର ର ମୁଖ୍ୟ ତୋରଣ ଗେଟ ଉପରେ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS