BREAKING
Loading...
:

ଗଞ୍ଜେଇ ଜବତକରି ଫେରୁଥିଲେ, ପଛପଟୁ ମାଡ଼ିଆସି ଗ୍ରାମବାସୀ: ଢେଲା ପଥର ମାଡ଼ରେ ୨୬ ପୋଲିସ କର୍ମଚାରୀ ଆହତ ।

 ଗଞ୍ଜେଇ ଜବତକରି ଫେରୁଥିଲେ, ପଛପଟୁ ମାଡ଼ିଆସି ଗ୍ରାମବାସୀ:  ଢେଲା ପଥର ମାଡ଼ରେ ୨୬ ପୋଲିସ କର୍ମଚାରୀ ଆହତ ।

 


 ଗଜପତି( ମଣିଭଦ୍ରା ଖବର) ଗଜପତି ଜିଲା ମୋହନା ଥାନା ଯୁବ ପଞ୍ଚାୟତ ପିଡିଆରି ଗାଁରେରେ  ରାତିଅଧରେ ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜେଇ ଜବତ ବେଳେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି ଗ୍ରାମବାସୀ। ପୋଲିସ ଗାଡି ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଢେଲା ପଥର ମାଡ କରିଛନ୍ତି । ଫଳରେ ଆର .ଉଦୟଗିରି ଏସ୍‌ଡିପିଓଙ୍କ ସମେତ ୨୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  ଚିକିତ୍ସା କରାଯାଇଛି।

ଗାଁରେ ଗଞ୍ଜେଇ ଥିବା ପୋଲିସ ସୂଚନା ପାଇବା ପରେ ବିଳମ୍ବିତ ରାତିରେ  ଆର.ଉଦୟଗିରି  ଏସ୍‌ଡିପିଓ,  ମୋହନା ଓ ଅଡବା ଥାନା ପୋଲିସ ଟିମ୍‌ ଚଢାଉ କରି ଗଞ୍ଜେଇ ଜବତ କରିଥିଲେ। ଜବତ  କରି ଫେରୁଥିବା ବେଳେ ଗ୍ରାମବାସୀ ସଂଘବଦ୍ଧ ହୋଇ ପୋଲିସକୁ ଘେରି ଯାଇ  ଆକ୍ରମଣ କରିଥିଲେ। ଫଳରେ ଏସଡିପିଓଙ୍କ ସମେତ ୨୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।ଉତ୍ତ୍ୟକ୍ତ ଲୋକେ ୫ଟି ପୋଲିସ ଗାଡ଼ି ଭଙ୍ଗାରୁଜା କରିଦେଇଛନ୍ତ। ଭୋର୍‌  ୪ଟାରୁ ଦିନ ୧୧ଟା ଯାଏ ଗ୍ରାମବାସୀ ପୋଲିସଙ୍କୁ ଅଟକ ରଖିଥିଲେ। ପରେ ଜନପ୍ରତିନିଧିଙ୍କ ଉପସ୍ଥିତିରେ ବୁଝାସୁଝା ପରେ ଗ୍ରାମବାସୀ ପୋଲିସକୁ ଛାଡିଥିଲେ। ଘଟଣାପରେ ଗଜପତି ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS