BREAKING
Loading...
:

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୁଜରାଟ ଖଣିଜ ବିକାଶ ନିଗମ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ

 ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୁଜରାଟ ଖଣିଜ ବିକାଶ ନିଗମ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ

ଓଡିଶାରେ ହସ୍ପିଟାଲ, ସ୍କୁଲ ଓ ଆଇଟି ପାର୍କ କରିବା ପାଇଁ ପ୍ରସ୍ତାବ


ଭୁବନେଶ୍ୱର (ମଣିଭଦ୍ରା ଖବର) 



ଆଜି ଗୁଜରାଟ ଖଣିଜ ବିକାଶ ନିଗମ ଲିମିଟେଡ଼ର (Gujarat Mineral Development Corporation Ltd) ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରୂପୱନ୍ତ ସିଂହ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ  ସାକ୍ଷାତ କରି ରାଜ୍ୟରେ ଏହାର କୋଇଲା ବ୍ଲକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହିତ ଓଡ଼ିଶାରେ କେତେକ ପ୍ରକଳ୍ପ କରିବା ପାଇଁ ମଧ୍ୟ ପ୍ରସ୍ତାବ ରଖିଛନ୍ତି । 


ବୈଠକରେ ଶ୍ରୀ ସିଂହ ଓଡିଶାରେ ଏକ ଆଧୁନିକ ଚିକିତ୍ସାଳୟ, ଦୁଇଟି ସ୍କୁଲ ଏବଂ ଏକ ଆଇଟି ପାର୍କ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବରେ ସନ୍ତୋଷ ପ୍ରକାଶ କରି ଏହା ରାଜ୍ୟର ବିକାଶରେ ସହାୟକ ହେବ ବୋଲି ମତ ଦେଇଥିଲେ । ଏହି ପ୍ରସ୍ତାବ ଗୁଡିକ ସମ୍ପର୍କରେ ଆଗାମୀ ଦିନରେ ଆହୁରି ଆଲୋଚନା କରାଯିବ ବୋଲି ବୈଠକରୁ ଜଣାଯାଇଛି ।


ସୂଚନାଯୋଗ୍ୟଯେ, ଗୁଜରାଟ ଖଣିଜ ବିକାଶ ନିଗମ ଲିମିଟେଡ଼, ବୈତରଣୀ ୱେଷ୍ଟ ଓ ବୁରାପାହାଡ଼ କୋଇଲା ବ୍ଲକ ପରିଚାଳନାର ଦାୟିତ୍ୱ ନେଇଛି । ବୈଠକରେ ଏହି ଦୁଇଟି ବ୍ଲକର ବର୍ତ୍ତମାନ ସ୍ଥିତି, ପ୍ରଗତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS