ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପି ଇ ଓ ଙ୍କ ବିରୋଧରେ ଅଭିଯୋଗ କଲେ ପଞ୍ଚାୟତ ବାସୀ
ରଣପୁର ( ରୀନା ସାହୁ) ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ମୟୁରଝାଲିଆ ପଞ୍ଚାୟତର ପି ଇ ଓ ବିଭୁତି ଭୁଷଣ ପରିଡା ହରିହର ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚେରୀ କାମ ଅତି ନିମ୍ନ ମାନର ପଥରରେ ତରବରିଆ ଭାବରେ ନିର୍ମାଣ କରି ପ୍ଲାଷ୍ଟର କରି ଘୋଡେ଼ଇ ଦେବାକୁ ପ୍ରୟାସ କରିଥିବାରୁ, ଏହାକୁ ନେଇ ପଞ୍ଚାୟତର କିଛି ବୁଦ୍ଧିଜିବୀ ମାନେ ପି ଈ ଓ ପରିଡାଙ୍କୁ ଅଭିଯୋଗ କରିବାରୁ, ପି ଇ ଓ ପରିଡା ଟାଳଟୁଳ ନୀତି ଅବଲମ୍ବନ କରି, ଉତ୍ତରରେ ମାଟି ମିଶା ପଥର ଉପରେ ମୋଟା ପ୍ଲାଷ୍ଟର କରି ଦେଲେ ଚଳି ଯିବ ବୋଲି ସଫେଇ ଦେବାରୁ, ପଂଚାୟତର ବୁଦ୍ଧିଜୀବୀ ମାନେ ସହଜରେ ହଜମ କରି ନପାରି ଆଜି ୧୩/୦୩ ଦ୍ୱିପ୍ରହରରେ ପଞ୍ଚାୟତରୁ ପ୍ରାୟ ଆଠ ଦଶ ଜଣ ବୁଦ୍ଧିଜୀବୀ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର, ଆଦି ମିଳିତ ଭାବେ ରଣପୁର ବିଡିଓ ମନୋଜ କୁମାର ନାୟକଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣା ପଡିଛି । ଉକ୍ତ ଅଭିଯୋଗକୁ ମେଲ୍ ଯୋଗେ ନୟାଗଡ ଜିଲ୍ଲାପାଳ, ଚିଫ ସେକ୍ରେଟାରୀ , ପଂଚାୟତ ରାଜ ସେକ୍ରେଟାରୀଙ୍କୁ ପଠାଇ ଥିବା ଅଭିଯୋଗ କାରୀମାନେ ଜଣାଇଛନ୍ତି। ବିଡ଼ିଓ ମନୋଜ କୁମାର ନାୟକ ଅଭିଯୋଗ ଗ୍ରହଣ କରି ପି ଈ ଓ, ବିଭୁତି ଭୁଷଣ ପରିଡ଼ାଙ୍କୁ ଡକାଇ ଉକ୍ତ ନିମ୍ନ ମାନର ପଥରରେ ନିର୍ମିତ ପାଚେରୀକୁ ଭାଙ୍ଗି ଭଲ ପାଚେରୀ କାର୍ଯ୍ୟ କରିବା ପାଇଁ ଅଭିଯୋଗକାରୀ ମାନଙ୍କ ସାମନାରେ ତାଗିଦ୍ କରି ଥିବା ଜଣାପଡିଛି । ସୂଚନା ଅନୁସାରେ ମୟୂରଝାଲିଆ ପଂଚାୟତ ଅଂଚଳରୁ ବହୁତ୍ ଟାଣୁଆ ମାଙ୍କେଡା ପଥର ବାହାର ଅଞ୍ଚଳକୁ ଯାଉଥିବା ବେଳେ ନିଜ ଗ୍ରାମର ବିଦ୍ୟାଳୟ ପାଚେରିରେ ଖଣି ମାନଙ୍କରେ ଫୋପଡ଼ା ଯାଉଥିବା ରିଜେକ୍ଟ ମାଟି ମିଶା ପଥରକୁ ବ୍ୟବହାର କରି ଅଧିକ ମୁନାଫା କରିବା ପାଇଁ ପି ଇ ଓ ପରିଡା ବ୍ୟବହାର କରିଥିବା ବୁଦ୍ଧିଜୀବୀ ଓ ୱାର୍ଡ ମେମ୍ବର ମାନେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଜେ ଇ ଙ୍କୁ ପଞ୍ଚାୟତ ବାସୀ ମାନେ ଅଭିଯୋଗ କରିଥିଲେବି ଜେ ଇ ରାଜେଶ ସାହୁ କୌଣସି ପ୍ରତିକ୍ରିୟା ଦେଉ ନଥିବା ଅଭିଯୋଗ କାରୀ ମାନେ ଜଣାଇଛନ୍ତି। ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର କଳସ ସବୁ ଜାଣି ଚୁପ୍ ରହୁଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଜଣା ପଡ଼ିଛି। ପି ଇ ଓ ପରିଡାଙ୍କୁ ଫୋନ୍ ଯୋଗେ ଯୋଗା ଯୋଗ କରିବାରେ କିଛି ନିମ୍ନ ମାନର ପଥର ଲାଗିଥିବା ସ୍ବୀକାର କରିଛନ୍ତି ଓ ଜେ ଇ ରାଜେଶ ସାହୁ ଯାଇ କାର୍ଯ୍ୟ ଦେଖୁ ନଥିବା ସୂଚନା ଦେଈଛନ୍ତି। ଏଣୁ ଉକ୍ତ କାର୍ଯ୍ୟକୁ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଭଲ ପଥରରେ ପୁନର୍ବାର ପାଚେରୀ ନିର୍ମାଣ ପାଇଁ ବୁଦ୍ଧିଜିବୀ ମାନେ ଦାବୀ କରିଥିବା ଜଣା ପଡିଛି ।
ମଣିଭଦ୍ରା ଖବର, ନୟାଗଡ଼
إرسال تعليق