ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ କାମ୍ପୋରି ଉତ୍ସବ ଅନୁଷ୍ଠିତ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଗତକାଲି ଜିଲ୍ଲା ସ୍ତରୀୟ କାମ୍ପୋରି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସର ରେ ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ପକ୍ଷରୁ ୬ଷ୍ଠ ଜିଲ୍ଲା ସ୍ତରୀୟ କାମ୍ପୋରି ଉତ୍ସବ ଉଦ୍ ଘାଟନ କରିଥିଲେ ମୂଖ୍ୟ ଅତିଥି ରୂପେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରି ଥିଲେ। ସମ୍ମାନୀତ ଅତିଥି ରୂପେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ, ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର କର, ଶିକ୍ଷାବିତ ସରତ କୁମାର ସାହୁ, ଶିଶୁ କବି କାଶି ନାଥ ଦାସ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି
ରୋଜାଲିନ ପରମ ଗୁରୁ ସମେତ ଭାରତ ସ୍କାଉଟ ଓ ଗାଇଡ ପକ୍ଷରୁ ଆସିଥିବା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମ ଆୟୋଜନ ର ମୂଖ୍ୟ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ କାର୍ଯ୍ୟ କ୍ରମ ରେ ପୈାରହିତ କରିଥିବା ବେଳେ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲିପସା ନନ୍ଦ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ।
ନୟାଗଡ଼ ଜିଲ୍ଲା ଅଧିନରେ ୮ ଗୋଟି ବ୍ଲକ ଅଞ୍ଚଳ ର ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଛାତ୍ର ଛାତ୍ରୀ ମାନେ କାମ୍ପୋରି ଉତ୍ସବ ଯୋଗଦାନ ଦେଇ ଥିବା ଜଣାପଡିଛି।୩ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ ଵୋଲି ସୂଚନା ମିଳିଛି। ଆସନ୍ତା ୧୩ ତାରିଖ ରେ ଏହି କାମ୍ପୋରି ଉତ୍ସବ ଉଦ୍ ଯାପନ ଦିବସ ପାଳନ କୁ ବହୁ ଆଡ଼ମ୍ବରେ ପାଳନ ହେବ ବୋଲି ଖଣ୍ଡପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment