ପର୍ଯ୍ୟଟନସ୍ଥଳୀ ର ବିକାଶ ନିମନ୍ତେ ୪ କୋଟି ଟଙ୍କା ମଞ୍ଜୁର। ।
ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟଟନ ସ୍ଥଳୀ ର ଭିତ୍ତି ଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ଜରିଆରେ ୪ କୋଟି ଟଙ୍କାର ଅନୁଦାନ ଅର୍ଥ ମଞ୍ଜୁର କରିଛନ୍ତି।ଉକ୍ତ ମଞ୍ଜୁର ଅର୍ଥରେ ବିଶ୍ଵବିଖ୍ୟାତ ଯୋର୍ତ୍ତୀବିଦ ପଠାଣି ସାମନ୍ତ ଙ୍କ ସ୍ମୃତି ରଖ୍ୟା ନିମନ୍ତେ ଏକ ପଠାଣି ସାମନ୍ତ ସ୍ମୃତି ମନ୍ଦିର ୨ କୋଟି ଟଙ୍କା ବେୟ ରେ ଖଣ୍ଡପଡ଼ା ଠାରେ ଅନୁଷ୍ଠିତ ହେବବୋଲି ଜଣାପଡିଛି। ସେହି ପରି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ ତରବାଲୁ ଠାରେ ଅବସ୍ତିତ ସର୍ବବୃହତ ଉଷ୍ମ ପ୍ରସବଣ ର ଉନ୍ନତି ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହିପରି ୪ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିବା ଜଣାପଡିଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ପ୍ରଚେଷ୍ଟା କ୍ରମେ ଅନୁଦାନ ଅର୍ଥ ମଞ୍ଜୁର ହୋଇଥିବାରୁ ଅଞ୍ଚଳ ବାସୀ ଏଥି ନିମନ୍ତେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment