BREAKING
Loading...
:

ମହାନଦୀ ପବ୍ଲିକ ସ୍କୁଲର ଦ୍ବିତୀୟ ବାର୍ଷିକ ପରିଚାଳନା କମିଟି ବୈଠକ

 ମହାନଦୀ ପବ୍ଲିକ ସ୍କୁଲର ଦ୍ବିତୀୟ ବାର୍ଷିକ ପରିଚାଳନା କମିଟି ବୈଠକ 

ଗଣିଆ( ମଣିଭଦ୍ରା ଖବର)- ଗଣିଆରେ ଥିବା ମହାନଦୀ ପବ୍ଲିକ ସ୍କୁଲର ଦ୍ବିତୀୟ ବାର୍ଷିକ ପରିଚାଳନା କମିଟି ବୈଠକ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାନଦୀ ପବ୍ଲିକ ସ୍କୁଲର ଚେୟାରମ୍ୟାନ ମଳୟ ରଞ୍ଜନ ପଣ୍ଡା, କମିଟିର ସମ୍ପାଦକ ତଥା ଅୟନ ଫାଉଣ୍ଡେସନର ମୁଖ୍ୟ ନ୍ୟାସି ପଙ୍କଜ କୁମାର ସାହୁ, ବିଦ୍ୟାଳୟର ଅଧ୍ୟକ୍ଷ ମହେନ୍ଦ୍ର ମହାରଣା, କମିଟିର ଉପସଭାପତି ଗୋଲେଖ ବିହାରୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବିଦ୍ୟାଳୟଟି ଗଣିଆରେ ଏକମାତ୍ର ଇଂରାଜୀ ବିଦ୍ୟାଳୟ ଭାବେ ଦିନକୁ ଦିନ ସଫଳତା ଲାଭ କରିଥିବାରୁ ସମସ୍ତ ଅଭିଭାବକ ମାନଙ୍କୁ ସମ୍ପାଦକ କୃତଜ୍ଞତା ଜ୍ଞାପନ କରିଥିଲେ । 


ସମ୍ପାଦକ ବିଦ୍ୟାଳୟ ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନା କରିବା ସହିତ ଚଳିତ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟରେ ଅନେକ ନୂତନତ୍ବ ଆସିବ ବୋଲି ଜଣାଇଥିଲେ । ବିଦ୍ୟାଳୟଟି ଭଡ଼ା ଘରେ ଚାଲୁଥିଲେ ମଧ୍ୟ ପିଲା ମାନଂକ ପାଇଁ ଥଣ୍ଡା ପାନୀୟ ଜଳ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ପ୍ରକାଶ କରିଥିଲେ । ଆଗାମୀ ଶିକ୍ଷା ବର୍ଷରୁ ଏଠାରେ  ପ୍ଳେ- ସ୍କୁଲ ଚାଲିବ ବୋଲି ମଧ୍ୟ ସମ୍ପାଦକ ବର୍ଣନା କରିଥିଲେ । ବିଦ୍ୟାଳୟ ସୁରୁଖୁରୁରେ ଚାଲିବା ପାଇଁ ଅଭିଭାବକ ମାନଙ୍କର ଗୁରୁ ଦାୟିତ୍ବ ରହିଛି ବୋଲି ଅଧ୍ୟକ୍ଷ ମତ ଦେଇଥିଲେ । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସମ୍ପାଦକ ଶ୍ରୀ ସାହୁ ସମସ୍ତ ସାମ୍ବାଦିକ ମାନଙ୍କୁ ଆଗାମୀ ଶିକ୍ଷା ବର୍ଷ ଅବସରରେ ବିଦ୍ୟାଳୟର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ । ଗଣିଆ ଭଳି ଏକ ଛୋଟିଆ ସ୍ଥାନରେ ଇଂରାଜୀ ମିଡିୟମ ବିଦ୍ୟାଳୟ ଚଲେଇବା କଷ୍ଟକର ହୋଇଥିଲେ ମଧ୍ୟ ସମସ୍ତଙ୍କର ସହଯୋଗ ନିହାତି ଆବଶ୍ୟକ ବୋଲି ବିଦ୍ୟାଳୟର ଚେୟାରମ୍ୟାନ ମତ ଦେଇଥିଲେ । ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ଏହି ଅନୁଷ୍ଠାନର ପ୍ରଚାର ପ୍ରସାର କରିବାକୁ ସେ ନିବେଦନ କରିଥିଲେ । ସୂଚନାଯୋଗ୍ୟ ଯେ ଉକ୍ତ ଅନୁଷ୍ଠାନଟି ରାଜ୍ୟ ସରକାରଙ୍କ ଦ୍ବାରା ସ୍ବୀକୃତି ପ୍ରାପ୍ତ ହେବା ସହିତ ଅନେକ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଥିବା ଜଣାପଡିଛି ।



ମଣିଭଦ୍ରା ଖବର, ଗଣିଆ 


Post a Comment

Previous Post Next Post
Header ADS