ଟିଟିଲାଗଡ଼ ବ୍ଳକ ଅଧ୍ୟକ୍ଷାଙ୍କ ନାମରେ ରାସନ କାର୍ଡ
ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ସାଧାରଣ ଗରିବ ହିତାଧିକାରୀ ଙ୍କୁ ସରକାର ଙ୍କ ତରଫ ରୁ ମାସିକ ଚାଉଳ କାର୍ଡ ପ୍ରଦାନ ସହ ବିଭିନ୍ନ ସହାୟତା ଯୋଗାଇ ଦିଆ ଯାଇ ଆସୁଛି । ହେଲେ ବର୍ଷ,ବର୍ଷ ଧରି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜୁକ୍ତା ନାଏକ ତାଙ୍କ ନିଜ ନାଁରେ ରାସନ୍ କାର୍ଡ ହିତାଧିକାରୀ ଦର୍ଶାଇ ତାର ଦୁରୁପଯୋଗ କରି ଆସୁଥିବା ଘଟଣା ନେଇ ହଟ,ଚମଟ ସୃଷ୍ଟି ହୋଇଛି ।
ନିୟମିତ ଭାବେ ପ୍ରତି ମାସରେ ଚାଉଳ ପାଉଥିବା ସହ କୋଭିଡ ବେଳେ ସହାୟତା ଟଙ୍କା ଆଦି ହିତାଧିକାରୀ ଭାବେ ପାଇ ଆସୁଥିବା ଜଣା ପଡ଼ିଛି । ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ଦାୟିତ୍ଵ ରେ ଅବସ୍ଥାପିତ ଥାଇ ସେ ସରକାରୀ ନିୟମ ର ଖୋଲା ଖୋଲି ଭାବେ ଉଲ୍ଲଂଘନ କରାଯାଇ ଥିବା ନେଇ ଚର୍ଚ୍ଚା ଜୋର୍ ଧରି ଥିବା ବେଳେ ଏ ଦିଗରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବି ହୋଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment