BREAKING
Loading...
:

ବିପଦ ସଙ୍କୁଳ, ଜରାଜୀର୍ଣ୍ଣ ଭଙ୍ଗା ଦଦରା କ୍ୱାଟର୍ସରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଡାକ୍ତର, ଫାର୍ମାସିଷ୍ଟ ଏବଂ ନର୍ସ

 ବିପଦ ସଙ୍କୁଳ, ଜରାଜୀର୍ଣ୍ଣ ଭଙ୍ଗା ଦଦରା କ୍ୱାଟର୍ସରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଡାକ୍ତର, ଫାର୍ମାସିଷ୍ଟ ଏବଂ ନର୍ସ ।

ଖୁଣ୍ଟା (ମଣିଭଦ୍ରା ଖବର) ବଡ଼ ଦୁଃଖ ଏବଂ ପରିତାପର ବିଷୟ  । ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡୁକୁରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୟନୀୟ ଘଟଣା। ଯେଉଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଦଶ ମୌଜାର ଶତାଧିକ ରୋଗୀ ମାନେ ଚିକିତ୍ସିତ ହେବା ପାଇଁ ଦୈନିକ ଆସିଥାନ୍ତି। ସେଇଠାରେ ଦୀର୍ଘ ଦିନ ଧରି ଭଙ୍ଗା ଫଟା, ପାଣି ପଡ଼ୁଥିବା ଛାତ ତଳେ ଭୟଭୀତ ହୋଇ ରହି ଆସୁଛନ୍ତି, ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏବଂ ଅନ୍ୟ କର୍ମଚାରୀ । ଦୀର୍ଘଦିନରୁ ନୂଆ କରି ନିର୍ମାଣ ହୋଇଥିବା କ୍ୱାଟର୍ସ ଗୁଡ଼ିକ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର ହୋଇ ନାହିଁ। ହେବ କି ନାହିଁ ସନ୍ଦେହ । କାରଣ ଦଶ ବର୍ଷ ପୂର୍ବେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା କ୍ୱାଟର ଟି ମଧ୍ୟ ଆଜି ପର୍ଯ୍ୟନ୍ତ ହସ୍ତାନ୍ତର ହୋଇ ନାହିଁ। ଯାହା ଫଳରେ ଉକ୍ତ କୋଠାଟି ଭାଙ୍ଗି ଭୁଶୁଡ଼ି ପଡ଼ିବା ଅବସ୍ଥାରେ ଅଛି। ଗତ କାଳ ବୈଶାଖୀ ରେ ଛାତ ଉପରେ ଥିବା ପିଲର ସବୁ ଭାଙ୍ଗି ଭୁଶୁଡ଼ି ତଳକୁ ପଡ଼ିଛି । ଅଳ୍ପକେ ବର୍ତ୍ତଛି ଧନ ଜୀବନ। ବର୍ତ୍ତମାନ୍ ମୁଣ୍ଡଗୁଞ୍ଜିବାକୁ ଭଲ ଘର ଟେ ନାହିଁ। ସେଇ ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହୋଇଛନ୍ତି ଡାକ୍ତର ନର୍ସ।ଏ ବାବଦରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ଯ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ କାହିଁକି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ଓଡିଶାର ସୁନାମଧନ୍ୟ ମୂଖ୍ୟ ମନ୍ତ୍ରୀ, ଡୁକୁରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଏଭଳି ଦୟନୀୟ ଘଟଣା ଉପରେ ଦୃଷ୍ଟି ଦେବେ କି ? ବୋଲି ବୁଦ୍ଧଜୀବୀ ମହଲରେ ପ୍ରଶ୍ନ ଉଠିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS