ଘୋଳାହାଣ୍ଡି ଠାରେ ଆରମ୍ଭ ହେଲା ନାମ ଯଜ୍ଞ
ନୟାଗଡ (ମଣିଭଦ୍ରା ଖବର) ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ଗ୍ରାମ ନିକଟରେ ଅବସ୍ଥିତ ବାବା କପିଳେଶ୍ୱର ମନ୍ଦିର ପରିସରରେ ଦୋଳ ପୂର୍ଣ୍ଣିମା ଅବସରରେ ନାମ ଯଜ୍ଞ, ଘୃତଯଜ୍ଞ, ସାଧୁ ଯଜ୍ଞ ଓ ଅର୍ନ୍ନ ଯଜ୍ଞ ଆଦି ଧୂମୁଧାମରେ ପାଳନ କରାଯାଉଛି । ବିଶ୍ଵଶାନ୍ତି ପାଇଁ ଘୋଳାହାଣ୍ଡି ଗ୍ରାମବାସୀ ଓ ବ୍ରାହ୍ମଣ ମହାସଂଘ ଓଡ଼ିଶା ଆନୁକୂଲ୍ୟରେ ପ୍ରତ୍ୟେକ ବର୍ଷ ଫାଲୁଗୁନ ମାସ ରେ ଏହି ଯଜ୍ଞ ସମ୍ପୂର୍ଣ ଚାରି ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏଥିରେ ପ୍ରତ୍ୟେକ ଦିନ ରୁଦ୍ରାଭିସେଖ ଓ ସପ୍ତଶତୀଚଣ୍ଡୀ ପାଠ କରାଯାଏ। ୭୨ ପ୍ରହର ନାମଯଜ୍ଞ କୁ ବିଭିନ୍ନ ଗ୍ରାମରୁ ସଙ୍କୀର୍ତ୍ତନ ମଣ୍ଡଳୀ ଆସିବା ସହିତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ସମାଗମ ହେଉଥିବାରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥାଏ । ଏହି ଯଜ୍ଞରେ ରେ ମୁଖ୍ୟ କର୍ତ୍ତା ଭାବେ ରବିନ୍ଦ୍ର କୁମାର ପରିଡା ଓ ତାଙ୍କ ଧର୍ମ ପତ୍ନୀ ଟିକିନା ପରିଡ଼ାଙ୍କ ସହ ବ୍ରାହ୍ମଣ ମହାସଂଘ ଓଡ଼ିଶା ର ସଂଯୋଜକ ପ୍ରିୟବ୍ରତ ଷଡ଼ଙ୍ଗୀ, ଆଚାର୍ଯ୍ୟ ସୁର୍ଯ୍ୟମଣି ଦାଶ, ପୁସ୍ତକ ଆଚାର୍ଯ୍ୟ ସରତ କୁମାର ମିଶ୍ର, ରାଧାନାଥ ଦାଶ, ଅନ୍ତର୍ଯ୍ୟାମୀ ଦାଶ ଓ ସରପଞ୍ଚ ଅରୁଣ ସ୍ବାଇଁଙ୍କ ସହିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l
ମଣିଭଦ୍ରା ଖବର,
Post a Comment