ଜିଲ୍ଲା ସ୍ତରୀୟ କାମ୍ପୋରି ଉତ୍ସବ ରେ ଛାତ୍ର ଛାତ୍ରୀ ଙ୍କ ଦ୍ବାରା କଳାକୈଶଳ ପ୍ରଦର୍ଶନ ।
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ପକ୍ଷରୁ ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସର ରେ ଚାଲି ଥିବା ୬ଷ୍ଠ ଜିଲ୍ଲା ସ୍ତରୀୟ କାମ୍ପୋରି ଉତ୍ସବର ଦ୍ଵିତୀୟ ଦିବସରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କଳା କୈାସଳ ପ୍ରଦର୍ଶନ କରିଥିଲେ । ବିଭିନ୍ନ ବିଦ୍ୟାଳୟର ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଲୋକନୃତ୍ୟ, ସାହସିକ କଳା, କ୍ୟାମ୍ପ ଫାୟାର, ବ୍ୟାଣ୍ଡ ପ୍ରଦର୍ଶନ ଆଦି ଅନୁଷ୍ଠିତ ହୋଇଥିଲା। କାମ୍ପୋରି ରେ ଯୋଗ ଦେଇଥିବା ବିଭିନ୍ନ ବିଦ୍ୟାଳୟର ସ୍କାଉଟ ଓ ଗାଇଡ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ସମୟରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଭାରତର ସ୍କାଉଟ ଓ ଗାଇଡ ର ରାଜ୍ୟ ମୁଖ୍ୟ କମିଶନର କାଳି ପ୍ରସାଦ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅନାମିକା ଦାସ ଓ ସମ୍ମାନିତ ଅତିଥି ଭାବେ ଭାରତର ସ୍କାଉଟ ଓ ଗାଇଡ ରାଜ୍ୟ କମିଶନର ଅଶୋକ କୁମାର ରଥ , ଖଣ୍ଡପଡ଼ା ତହସିଲଦାର ବିଶ୍ଵଵିସ୍ତୃତ ତ୍ରୀପାଠୀ, ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ପ୍ରମୁଖ ଯୋଗଦାନ ଦେଇ ଥିଲେ। ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଲିପସା ନନ୍ଦ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇ ଥିଲେ। ପରିଶେଷରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ପକ୍ଷରୁ ଆୟୋଜିତ ବଡାଖାନା କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥି ମାନେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତ ଙ୍କୁ ମନ ମୁଗ୍ଧ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment