BREAKING
Loading...
:

ବାଲିଘାଟରେ ଚଢଉ ବେଳେ ଭୟଭୀତ ହୋଇ ମହାନଦୀକୁ ଡେଇଁଲେ ୪ ଯୁବକ, ଜଣେ ନିଖୋଜ

 ବାଲିଘାଟରେ ଚଢଉ ବେଳେ ଭୟଭୀତ ହୋଇ ମହାନଦୀକୁ ଡେଇଁଲେ ୪ ଯୁବକ, ଜଣେ ନିଖୋଜ

କଟକ (ମାନସ କୁମାର ସାହୁ) ମହାନଦୀକୁ ଡେଇଁ ଯୁବକ ନିଖୋଜ। ଜଗତପୁର ବାରଗଡିଆରେ ନଦୀରେ ବୁଡି ଜଣେ ନିଖୋଜ ନିଖୋଜ। ବାଲିଘାଟରେ ଚଢଉ ବେଳେ ଭୟଭୀତ ହୋଇ ନଦୀକୁ ଡେଇଁଲେ ଯୁବକ। ନଦୀକୁ ୪ଜଣ ଯୁବକ ଡେଇଁ ପଡ଼ିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ୩ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଯୁବକ ଜଣକ ହେଉଛନ୍ତି ଜଗତପୁର ପୂର୍ବକଛର ୨୬ ବର୍ଷର ସେକ୍ ତଲିମ୍। ସାଲେପୁରର ବରଗୋଡ଼ିଆ ବାଲିଘାଟରେ ଏପରି ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ ଜାରି ରହିଛି । ଜଗତପୁର ଥାନା ବରଗୋଡ଼ିଆରେ ମହାନଦୀରୁ ବାଲି ଉଠାଉ ଥିବା ସମୟରେ ଏଭଳି ଘଟଣା ଘଟିଛି।


ଖବର ଅନୁଯାୟୀ, ବରଗୋଡ଼ିଆ ନିକଟ ମହାନଦୀରୁ ବେଆଇନ୍‌ ଭାବେ ବାଲି ଉଠାଣ ଚାଲିଥିଲା । ଯାହା ସଂପର୍କରେ ଖବର ପାଇ ମାଇନ୍ସ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଯେଉଁଥିରେ ଭୟଭୀତ ହୋଇ ୪ଜଣ ଯୁବକ ନଦୀକୁ ଡେଇଁ ପଡିଥିଲେ । ନଦୀରୁ ୩ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ଯୁବକ ନିଖୋଜ ଅଛନ୍ତି । ଅଦ୍ୟାବଧି ତାଙ୍କର କୌଣସି ପତ୍ତା ମିଳି ନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS