ସରକାରୀ ପ୍ରାଥମିକ ବିଦ୍ୟାଳୟ କରବର ର ଶତବାର୍ଷିକ ପୂର୍ତ୍ତି ସମାରୋହର ଉଦ୍ଘାଟନ ଉତ୍ସବ।
ଭାପୁର ( ବିଭୂତି ମହାପାତ୍ର) ଭାପୁର ବ୍ଲକ କରବର ଗ୍ରାମସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ପୂର୍ତ୍ତି ସମାରୋହ ଶନିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି। ଏହି ସମାରୋହ ଉତ୍ସବ ବିଦ୍ୟାଳୟ ପରିସରରେ ୩ ଦିନ ପର୍ଯ୍ୟନ୍ତ ଗ୍ରାମବାସୀ, ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ବ୍ଲକ ପ୍ରଶାସନ, ସ୍ଥାନୀୟ ବିଧାୟକ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ଶତବାର୍ଷିକ ପାଳନ ଉପଲକ୍ଷେ ଏହି ତିନି ଦିନ ଗ୍ରାମରେ ଏକ ମହୋତ୍ସବ ପାଳିତ ହେଉଥିବାର ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ, ଶନିବାର ପୂର୍ବାହ୍ନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ମଶାଲ ଶୋଭାଯାତ୍ରା ଗ୍ରାମର ଆରାଧ୍ୟ ଦେବ ନୀଳକଣ୍ଠେଶ୍ଵର ମନ୍ଦିର ରୁ ବାହାରି ଶିକ୍ଷା ମନ୍ଦିର ପର୍ଯ୍ୟନ୍ତ ଆସି ଦୈନିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସନ୍ଧ୍ୟା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଅଭିନୀତ ଗୀତିନାଟ୍ୟ " ନ ପାହୁ ରାତି, ନ ମରୁ ପତି " ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଆଜି ଉକ୍ତ ଉଦ୍ଘାଟନୀ ଉତ୍ସବରେ ଆୟୋଜିତ ସଭାରେ ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିବାବେଳେ, ମୁଖ୍ୟବକ୍ତା ଭାବେ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମଦନ ମୋହନ ପ୍ରଧାନ, ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, କରବର ସରପଞ୍ଚ ଉଷାରାଣୀ ସାହୁ, ସମିତିସଭ୍ୟ ତପନ କୁମାର ମହାପାତ୍ର, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ଶତ ବାର୍ଷିକ ଉତ୍ସବ ମୁଖପତ୍ର " ଆଦ୍ୟଭୂମି" ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଖଣ୍ଡପଡ଼ାରେ ବିଜ୍ଞାନ ପାର୍କ ହେବା ସହିତ ପଠାଣି ସାମନ୍ତ ପ୍ଲାନଟରୀୟମ ଖୁବ୍ ଶୀଘ୍ର ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ଘୋଷଣା କରିଥିଲେ ।
ମଣିଭଦ୍ରା ଖବର, ଭାପୁର
Post a Comment