BREAKING
Loading...
:

ସମ୍ବର୍ଦ୍ଧିତ ହେଲେ ନୟାଗଡ ଜିଲ୍ଲା ବିଜେପି ସଭାପତି ଇଂ ତାପସ ମାର୍ଥା

 ସମ୍ବର୍ଦ୍ଧିତ ହେଲେ ନୟାଗଡ ଜିଲ୍ଲା ବିଜେପି ସଭାପତି ଇଂ ତାପସ ମାର୍ଥା 

ରଣପୁର (ରୀନା ସାହୁ), ତା ୮/୩/୨୫, ନୟାଗଡ ଜିଲ୍ଲା ବିଜେପି ସଭାପତି ଈଂ ତାପସ ରଂଜନ ମାର୍ଥାଙ୍କୁ ଗତ ୭ ମାର୍ଚ୍ଚ ଅପରାହ୍ନରେ ରଣପୁର ବିଜେପି ତରଫରୁ ରଘୁ ଦିବାକର ମଣ୍ଡପ ନିକଟରେ ପଞ୍ଚୁଦୋଳ ପଡ଼ିଆ ପ୍ରାଙ୍ଗଣରେ ଏକ ସାଧାରଣ ସଭାର ଅୟୋଜନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଡଃ ସମ୍ବିତ୍ ପାତ୍ର ( ସାଂସଦ ପୁରୀ) , ସମ୍ମାନିତ ଅତିଥି ମାନେ ପୁର୍ବତନ ମଣ୍ଡଳ ସଭାପତି ସନ୍ତୋଷ ପ୍ରହରାଜ, ସାଂସଦ ପ୍ରତିନିଧି ତଥା ବରିଷ୍ଠ ଆଇନଜିବୀ ପ୍ରିୟବ୍ରତ ପଟ୍ଟନାୟକ, ରଣପୁର ବ୍ଲକ୍ ଅଧ୍ୟକ୍ଷା ନିର୍ମଳା ବେହେରା, ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ସାତ ନମ୍ବର୍ କାଉନସିଲର କଲ୍ୟାଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ।  ଏହି ପରିପ୍ରେକ୍ଷୀରେ ଶତାଧିକ ମହିଳା, କର୍ମୀ , ଶୁଭେଚ୍ଛୁ ମାନେ ଯୋଗଦେଇ ଏକ ବିରାଟ ଶୋଭାଯାତ୍ରାରେ ରଣପୁର ବସ୍ ଷ୍ଟାଣ୍ଡ ଠାରୁ ବାଜା ବଜାଇ,ବାଣ ଫୁଟାଇ ପଞ୍ଚୁ ଦୋଳ ପଡିଆ ପର୍ୟ୍ୟନ୍ତ ଉଭୟ ସାଂସଦ ପୁରୀ ଡଃ ସମ୍ବିତ ପାତ୍ର ଓ ଜିଲ୍ଲା ସଭାପତି ଇଂ ତାପସ ରଂଜନ ମାର୍ଥାଙ୍କୁ ପାଛୋଟି ଆଣିଥିଲେ। ଅତିଥି ମାନେ ନିଜ ନିଜ ଅଭିଭାଷଣରେ ରଣପୁର ର ଉନ୍ନତି କାମନା କରିବା ସହ ତାପସ ମାର୍ଥା ଦେଶର କନିଷ୍ଠ ଜିଲ୍ଲା ସଭାପତି ଭାବେ ଆଲୋକପାତ କରିଥିଲେ । ଇଂ ତାପସ ମାର୍ଥା ମଧ୍ୟ ରଣପୁର ଅଞ୍ଚଳର ସର୍ବାଙ୍ଗ ଉନ୍ନତୀ ନିମନ୍ତେ କାର୍ଯ୍ୟ ନିଷ୍ଠାର ସହ କରିବେ ବୋଲି କହିଛନ୍ତି । ଏହି ଅବସରରେ ସଂଖ୍ୟାଧିକ ଶୁଭେଚ୍ଛୁ ମାନେ ଯୁବ ଜିଲ୍ଲା ସଭାପତି ଇଂ ତାପସ ମାର୍ଥାଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ ଦେଖିବାକୁ ମିଳିଥିଲା ।

ମଣିଭଦ୍ରା ଖବର, ରଣପୁର 

Post a Comment

Previous Post Next Post
Header ADS