BREAKING
Loading...
:

ଶିଶୁ ମୁଣ୍ଡରେ ପଶିଗଲା ଗରା: କଇଁଚି ଓ କଟର ସାହାଯ୍ୟରେ କଟାଗଲା ଗରା

 ଶିଶୁ ମୁଣ୍ଡରେ ପଶିଗଲା ଗରା: କଇଁଚି ଓ କଟର ସାହାଯ୍ୟରେ କଟାଗଲା ଗରା

କଟକ (ମାନସ କୁମାର ସାହୁ) ୪ ବର୍ଷର ଶିଶୁ ପୁତ୍ର ମୁଣ୍ଡରେ ଷ୍ଟିଲ ଗରା। ଖେଳୁ ଖେଳୁ ଅଚାନକ ମୁଣ୍ଡରେ ଗରା ଡପୁରାଇ ଦେଇଥିଲା ପିଲାଟି। ହେଲେ ତା ପରେ ଆଉ ଗରା ଭିତରୁ ମୁଣ୍ଡକୁ ବାହାର କରିପାରିନଥିଲା। କି ଭଳ ଭାବରେ ନିଶ୍ୱାସ ମଧ୍ୟ ନେଇପାରୁନଥିଲା।ଜାଙ୍ଗଳା ଗ୍ରାମର ବାବୁଲି ମୁଣ୍ଡା ଓ ତାଙ୍କର ପତ୍ନୀ ସାବିନା ମୁଣ୍ଡାଙ୍କର ୪ବର୍ଷର ଶିଶୁ ପୁତ୍ର ଶୁଭମ ଘରେ ଷ୍ଟିଲ ଗରାକୁ ଧରି ଖେଳୁଥିଲା ବେଳେ ମୁଣ୍ଡରେ ପଶି ଯାଇଥିଲା । ଫଳରେ ମାଆ ଓ ତାଙ୍କର ପରିବାର ବର୍ଗ ମୁଣ୍ଡରୁ ବାହାର କରିବା ପାଇଁ ବହୁ ଚେଷ୍ଟା କଲେ ସୁଦ୍ଧା ଷ୍ଟିଲ ଗରାଟି ଆଉ ନ ବାହାରିବାରୁ ସେମାନେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଷ୍ଟିଲ ଗରାଟି ମୁଣ୍ଡରୁ ବାହାରି କରିବା ପାଇଁ ବହୁ ଚେଷ୍ଟା କରିବା ପରେ ବିଫଳ ହୋଇ ଶେଷରେ ରାଉରକେଲା ନେବା ପାଇଁ ବାହାରୁଥିବା ବେଳେ ଦାୟିତ୍ବରେ ଥିବା ଡାକ୍ତର ମୁଣ୍ଡରୁ ଗରାକୁ ବାହାର କରିବା ପାଇଁ କଇଁଚି ଓ କଟର ସାହାଯ୍ୟରେ କାଟି ଶିଶୁକୁ ଉଦ୍ଧାର କରିଥିଲେ। ଶିଶୁ ଏବେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS