BREAKING
Loading...
:

ପ୍ରଭୁ ଶ୍ରୀ ଲିଙ୍ଗରାଜ ଦେବ ଙ୍କ ରୁକୁଣା ରଥ ପାଇଁ ଖଣ୍ଡପଡ଼ାରୁ ଗଲା କାଠ

 ପ୍ରଭୁ ଶ୍ରୀ ଲିଙ୍ଗରାଜ ଦେବ ଙ୍କ ରୁକୁଣା ରଥ ପାଇଁ ଖଣ୍ଡପଡ଼ାରୁ ଗଲା କାଠ  

ଖଣ୍ଡପଡ଼ା (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ପ୍ରଭୁ ଶ୍ରୀ ଲିଙ୍ଗରାଜ ଦେବ ଙ୍କ ରୁକୁଣା ରଥ ନିର୍ମାଣରେ ବ୍ୟବହୃତ ହେଉଥିବା ଚକ ପାଇଁ କାଠ ଖଣ୍ଡପଡ଼ା ବନ୍ୟାଞ୍ଚଳ ପକ୍ଷରୁ ଶନିବାର ମଧ୍ୟାହ୍ନରେ ସ୍ଥାନିୟ ବ୍ଲକ ଠାରୁ ଆମ୍ବ ଗଛ ୯  ଖଣ୍ଡ ଗଣ୍ଡିକୁ ଭୂବନେ ସ୍ଵର ପଠାଯାଉଛି। ଖଣ୍ଡପଡ଼ା ୧୨ ନମ୍ବର ୱାର୍ଡରୁ ଦୁଇ ଟି ଆମ୍ବ ଗଛ କଟାଯାଇ ଏକ ଟ୍ରକ ମାଧ୍ୟମ ରେ ଖଣ୍ଡପଡ଼ା ଠାରୁ ଭୂବନେ ସ୍ଵର ପଠାଯାଉଛି। ଠାକୁରାଣୀ ଙ୍କ ରଥ ପାଇଁ କାଠ ସ୍ବେଛାକୃତ ଭାବେ ଆମ୍ବ ଗଛ ଦାନ କରିଛନ୍ତି। ବନବିଭାଗ ରୁ ଉକ୍ତ ଗଛଗୁଡ଼ିକ ମାପଚୁପ କରି କାଟି ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି ସମସ୍ତ କାଠ କୁ ବିଧିବଦ୍ଧ ଭାବେ ପୁଜା ର୍ଜନା ପରେ କାଠଗୁଡିକ ଟ୍ରକ ମାଧ୍ୟମ ରେ ପଠାଯାଉଛି। ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ  ବରିଷ୍ଠ ଅଧିକାରୀ ହେମନ୍ତ କୁମାର  ମହାପାତ୍ର,ବନପାଳ ସନାତନ ସ୍ବାଇଁ, ଖଣ୍ଡପଡ଼ା ବନ୍ୟାଞ୍ଚଳ ଉଦ୍ ତି କୁମାର ପ୍ରଧାନ ଙ୍କ ସମେତ ବନବିଭାଗ କର୍ମଚାରୀ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ପ୍ରଭୁ ଶ୍ରୀ ଲିଙ୍ଗରାଜ ଦେବ ଙ୍କ ରୁକୁଣା ରଥ କାଠ ପଠାଯାଉଛି। ସୁଚନା ଯୋଗ୍ୟ ପ୍ରତି ବର୍ଷ ଏହି ଉତ୍ସବ ନିମନ୍ତେ ପ୍ରତ୍ୟେକ ବର୍ଷ ଖଣ୍ଡପଡ଼ା ବନ୍ୟାଞ୍ଚଳ ପକ୍ଷରୁ ପଠାଯାଉଛି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS