କ୍ୟାପିଟାଲ ହସପିଟାଲରେ ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଲେ ଡିଜିପି
ଭୁବନେଶ୍ୱର (ମଣିଭଦ୍ରା ଖବର) ଲୋୟର ପିଏମଜିରେ କଂଗ୍ରେସର ବିଧାନସଭା ଘେରାଉ ସମୟରେ ବହୁସଂଖ୍ୟାରେ ପୋଲିସ କର୍ମଚାରୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଅବସରରେ ପୋଲିସ ଡିଜି ଆହତ ମାନଙ୍କୁ ହସ୍ପିଟାଲ ପରିସରରେ ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ବାଛି ବାଛି ଜେଲରେ ପୁରାଇବୁ । ପୋଲିସ ବର୍ଦିରେ ହାତ ଦେଲେ କାହାକୁ ବି ଛଡ଼ା ଯିବନି । ସୂଚନାଯୋଗ୍ୟ ଯେ ଆଜି କଂଗ୍ରେସ ତରଫରୁ ବିଧାନସଭା ଘେରାଉ ସମୟରେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ କଂଗ୍ରେସ କର୍ମୀ । ଏହି ଘଟଣାରେ ଭରତପୁର ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ସହିତ ଅନେକ ପୋଲିସ କର୍ମଚାରୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment