BREAKING
Loading...
:

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପତୁରିଆରେ ପ୍ରଧାନଶିକ୍ଷକ ଶଙ୍କର୍ଷଣ ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ନିରୁପମା ମହାପାତ୍ର, ବିଆରସିସି ବିନୋଦିନୀ ପଣ୍ଡା, ଶିକ୍ଷା କମିଟିର ସଭାପତି ବିଜୟ କୁମାର ବେହେରା, ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମହାରଣା, ସମ୍ପାଦକ ସୁରେଶ କୁମାର ବେହେରା,ଗ୍ରାମ ସଭାପତି ଅଶୋକ କୁମାର ରାଉତ, କିଶୋର ପ୍ରସାଦ ସରପଞ୍ଚ ଗୀତାରାଣୀ ବେହେରା, ସମିତି ସଭ୍ୟା ରଞ୍ଜିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବିଦାୟୀ ପ୍ରଧାନଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ର ବତ୍ସଳ, ସମୟାନୁବର୍ତୀ ତଥା ନୀତିନିଷ୍ଠ ଶିକ୍ଷକ ଭାବେ ପରିଚିତ ଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅପରାହ୍ନରେ ନାମ ସଂକୀର୍ତ୍ତନ ଗାନ କରି ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ତାଙ୍କୁ ନିଜ ବାସଭବନ ପୂର୍ଣ୍ଣଚନ୍ଦ୍ରପୁର ଠାରେ ଛାଡି ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS