BREAKING
Loading...
:

ଟଙ୍କା ଅଭାବରୁ ଯକ୍ଷ୍ମା ଆକ୍ରାନ୍ତ ଙ୍କୁ ସାତ ମାସ ହେବ ମିଳୁନି ଔଷଧ

 *ଟଙ୍କା ଅଭାବରୁ ଯକ୍ଷ୍ମା ଆକ୍ରାନ୍ତ ଙ୍କୁ ସାତ ମାସ ହେବ ମିଳୁନି ଔଷଧ*


ବଲାଙ୍ଗୀର/ଟିଟିଲାଗଡ, ତା୩୦-୦୩: (ମଣିଭଦ୍ରା ଖବର)


*ଆଦିବାସୀ, ଅଧ୍ୟୁଷିତ ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ରେ ଉପଯୁକ୍ତ ଚିକିତ୍ସା ଅଭାବ ରୁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରି ଆସୁଥିବା ସହ ସରଳ,ଗରିବ ନିରୀହ ଲୋକଙ୍କ ଅକାଳ ମୃତ୍ୟୁ ଲାଗି ରହିଛି ।  ନୂତନ ଡବଲ ଇଞ୍ଜିନ ସରକାର ଶାସନ   ସତ୍ତ୍ୱେ ସରକାରୀ ସ୍ବାସ୍ଥ୍ୟ ସେବା ଆଉ ବିପର୍ଯ୍ୟୟ ପରିସ୍ଥିତି କୁ ଗତି କରୁଛି ।  ପ୍ରକାଶ ଯେ,ରାଜନେତା ଠାରୁ ଆରମ୍ଭ କରି ବିଭାଗୀୟ ସଚିବ,ପଦାଧିକାରୀ ସବୁ ଜାଣି ନୀରବ । ଖୋଦ୍ ସ୍ବାସ୍ଥ୍ୟ ମନ୍ତ୍ରୀ ଏହି ଜିଲ୍ଲା ର ହୋଇ ସୁଦ୍ଧା ସାଧାରଣ ଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇଛି । ଜିଲ୍ଲା ଉପଖଣ୍ଡ ମାନ୍ୟତା ପ୍ରାପ୍ତ ଟିଟିଲାଗଡ ରେ ଜଣେ ଔଷଧ ବିଶେଷଜ୍ଞ ଡାକ୍ତର ନାହାନ୍ତି ଫଳରେ ସାମାନ୍ୟ ଯକ୍ଷ୍ମା ବା ଟିବି ରେ ପୀଡ଼ିତ ଲୋକ ଙ୍କୁ ସରକାରୀ ଔଷଧ ଥାଇ ସାତ ସାତ ମାସ ହେବ ଯକ୍ଷ୍ମା ରେ ଆକ୍ରାନ୍ତ ଜଣେ ବ୍ୟକ୍ତି ଧାଇଁ, ଧାଇଁ ନିରାଶ ହୋଇ ସ୍ଥାନୀୟ ଉପ ଜିଲ୍ଲାପାଳ ରେହାନ କ୍ଷତ୍ରି ଙ୍କ ଦ୍ୱାରସ୍ତ୍ ହେବା ସହ ଜନ୍ମ ମୃତ୍ୟୁ ସହ ସଂଗ୍ରାମ ଜାରି ରଖି ଛନ୍ତି । ପରିବାର ରେ ବୃଦ୍ଧ ପିତା ସ୍ତ୍ରୀ ପିଲା ଙ୍କୁ ଦିନ ମଜୁରୀ କରି ପରିବାର ଚଳାଇ ଆସୁଥିବା ଦଇତାରୀ ବାଗ ନାମକ ଜଣେ ବ୍ୟକ୍ତି କୌଣସି ଗ୍ରାମ ନୁହେଁ ଏହି ସହର ର ୨ ନମ୍ବର ୱାର୍ଡ ନିବାସୀ ଦଇତାରୀ ବାଗ ।  ଉକ୍ତ ବ୍ୟକ୍ତି ସାତ ମାସ ଧରି ଯକ୍ଷ୍ମା ରେ ଆକ୍ରାନ୍ତ ହୋଇ ସୁଦ୍ଧା ଔଷଧ ପାଇ ପାରୁ ନାହାନ୍ତି । ପ୍ରକାଶ ଯେ,ନିଜ ପାଞ୍ଚ କେଜିଆ ରାସନ୍ କାର୍ଡ କୁ ସାତ ଶହ ଟଙ୍କା ବନ୍ଧା ରଖି ,ସରକାରୀ ଓ ଘରୋଇ ଚିକିତ୍ସା କେନ୍ଦ୍ର ରେ ପରୀକ୍ଷା କିଣା ଔଷଧ ଖାଇ ଏବେ ସପରିବାର ନିଶ୍ୱ ହୋଇ ଯାଇଛନ୍ତି । ଏ ନେଇ ଶ୍ରୀ ବାଗ କିଛି ସ୍ଵେଚ୍ଛାସବୀ ଓ ପରିବାର ବର୍ଗ ଉପ ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଭଳି ଗତ ତିନି ମାସ ରେ କେବଳ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ରେ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ସରକାରୀ ଓ ବେସରକାରୀ ଭାବେ ହୋଇ ଔଷଧ ସଠିକ୍ ଭାବେ ନ ମିଳିବା ଯୋଗୁଁ ଅକାଳ ମୃତ୍ୟୁ ବରଣ କରି ଥିବା*ଜିବେଦୟା* *ସଂସ୍ଥା ତରଫରୁ ପ୍ରକାଶ ପାଇଛି, ଦାଦନ ଶ୍ରମିକ ଙ୍କ ସହ ଅନ୍ୟ ଶ୍ରେଣୀୟ ଲୋକମାନେ ଆସି ଏହି ଯକ୍ଷ୍ମା ରେ ଆକ୍ରାନ୍ତ ହୋଇ କ୍ୱାକ୍ ଙ୍କ ଚିକିତ୍ସା ର* *ଶିକାର ହୋଇ ଏହି ଭଳି ମୃତ୍ୟୁ ସାଧାରଣ ଘଟଣା ହୋଇ ଯାଇଛି* । *ପରିତାପ ର ବିଷୟ ଯେ ଉପରୋକ୍ତ ଆକ୍ରାନ୍ତ* *ଶ୍ରୀ ବାଗ ଡାକ୍ତରଖାନା ଆସିବା ଓ ଡାକ୍ତର ବାହାରୁ ଔଷଧ କିଣି ଖାଅ ସରକାରୀ ଯକ୍ଷ୍ମା* 

*ଔଷଧ ମିଳିବନି ବୋଲି* କହିବା ଓ *ଖର୍ଚ୍ଚାନ୍ତ ର ଶିକାର ହୋଇ ଏବେ ଜନ୍ମ, ମୃତ୍ୟୁ ସହ ସଂଘର୍ଷ କରି ଆସୁଛନ୍ତି* । ଏ ନେଇ ଟିଟିଲାଗଡ ଜିଲ୍ଲା *ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡ଼ାଃ ପ୍ରଦୀପ ନାଏକ ଙ୍କୁ ଜଣାଇବା ରୁ ସେ ବଲାଙ୍ଗୀର ଯାଅ କିମ୍ବା ସ୍ଥାନୀୟ ଏକ ଘରୋଇ କ୍ଲିନିକ୍ ରେ ଚିକିତ୍ସା କରୁଥିବା*

 *ଡ଼ାଃ ଉଦଗାତା ଙ୍କୁ ଦେଖା କଲେ ଓ ସେ ଲେଖି ଦେଲେ ଔଷଧ ଆମେ ଦେବୁ ବୋଲି କହିଥିଲେ* । *ହେଲେ ହାତରେ ଟଙ୍କାଏ ନ ଥିବା ବେଳେ ୩୦୦ ଟଙ୍କା ଫିସ କେମିତି ଦେବେ ? *ଏ ନେଇ ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ତାଙ୍କୁ ଡାକ୍ତରଖାନା ରେ ଭର୍ତ୍ତି ଅବସ୍ଥାରେ ଅଛନ୍ତି ହେଲେ ଉକ୍ତ ଔଷଧ ତିନି ଦିନ ବିତିଗଲାଣି ପାଇ ପାରି ନାହାଁନ୍ତି* । 

*ଟଙ୍କା ଅଭାବ ରୁ ଗୁରୁତର ଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି* । *ଏବେ ପରିବାର ଲୋକେ ଖାଇବାକୁ ମୁଠେ ପାଇବା* *ଦୁର୍ବିସହ ହୋଇ ପଡ଼ିଥିବା  ବଲାଙ୍ଗୀର ଯିବାକୁ ବସ ଭଡା ନାହିଁ ଏଣୁ ଏଠି ଔଷଧ* ଦେବାକୁ ଆମ କ୍ୟାମେରା ସାମ୍ନା ରେ ଗୁହାରୀ କରିଛନ୍ତି । 

ସରକାର ଙ୍କ ଏହି ମାଗଣା ସ୍ୱାସ୍ଥ୍ୟ ସେବା* *କେବଳ କାଗଜ କଲମରେ ବୋଲି ସ୍ପଷ୍ଟ ଭାବରେ ଚିତ୍ରିତ ହେଇଥିବା ବେଳେ ସାଧାରଣ ଙ୍କ ଜୀବନ ସହ ଏଭଳି ଖେଳ କେତେ ଯୁକ୍ତି ଯୁକ୍ତ ବୋଲି ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ତରଫରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି* । *ସେହିଭଳି ଡାକ୍ତର ପଦବୀ ଓ ଡାକ୍ତରଖାନା ସ୍ଥାନାନ୍ତର ବିବାଦ ଶାସନ କାଳ ର ଏତେ ମାସ ପରେ ମଧ୍ୟ ସମାଧାନ ହୋଇ ନ ପାରି ନାହିଁ* ।

*ଏହି ଭଳି ଅନେକ ଗୁରୁତର ଆକ୍ରାନ୍ତ ଙ୍କ ମୃତ୍ୟୁ ବରଣ ନେଇ ବିଭାଗୀୟ ସଚିବ ସ୍ବତନ୍ତ୍ର ଭାବେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ସହ ଉଚ୍ଚ ସ୍ତରୀୟ ତଦନ୍ତ ନେଇ ଦୃଢ଼ ଦାବି ହୋଇଛି* ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS