BREAKING
Loading...
:

ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ କଟକ ଯୁବଜ୍ୟୋତି କ୍ଲବ

 ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ କଟକ ଯୁବଜ୍ୟୋତି କ୍ଲବ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମଧୁବନ ମିନି ଷ୍ଟାଡିୟମରେ ଖଣ୍ଡପଡ଼ା ସ୍ପୋର୍ଟ୍ସ ଆସୋସିଏସନ ଆନୁକୂଲ୍ୟରେ ଷଷ୍ଠ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଗୁଳ ପତାକା କ୍ଲବ୍ ଏବଂ କଟକ ଯୁବଜ୍ୟୋତି କ୍ଲବ  ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚରେ କଟକ ଯୁବଜ୍ୟୋତି କ୍ଲବ ୩-୦ ଗୋଲରେ ଅନୁଗୁଳ ପତାକା କ୍ଲବକୁ ପରାସ୍ତ କରି ଫାଇନଲରେ ପ୍ରବେଶ କରିଛି। ଆୟୋଜକ ମୁଖ୍ୟ ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଟୁର୍ନାମେଣ୍ଟରେ ମୂଖ୍ୟଅତିଥିଭାବେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂହ ମୀନା, ସମ୍ମାନିତ ଅତିଥିଭାବେ ଏସ୍ପି ଏସ ସୁଶ୍ରୀ, ଖଣ୍ଡପଡ଼ା ଅଧ୍ୟକ୍ଷା ଉପମା ବେହେରା, ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ୫ନଂ ଜୋନ ବରିଷ୍ଠ ଜିଲ୍ଲାପରିଷଦ ସଭ୍ୟ ରାମେଶ୍ୱର ଶତପଥୀ, ୬ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଉଜ୍ଜଳ ମହାରଣା, ବିଡିଓ ଅଙ୍କୁର ଅଭିଳାଷ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ୟାସୀ ନାୟକ, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ବିନାୟକ ମିଶ୍ର, ଆଇନୀଜୀବୀ ବିକ୍ରମ କେଶରୀ ଦେଓ, ଯୁବନେତା ତଥା ସମାଜସେବୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ମ୍ୟାଚ ପରିଚାଳନା କରିଥିବା ବେଳେ ପ୍ରସନ୍ନ କୁମାର ନାୟକ ଏବଂ ସାଇରାମ କିସ୍କୁ ଲାଇନରେ ସହାୟତା କରିଥିଲେ। ସମୀର ଖୁଣ୍ଟିଆ ୪ର୍ଥ ରେଫରି ଭାବେ କାର୍ଯ୍ୟ କରିଥିଲେ। ଆୟୋଜକ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନର ମୁଖ୍ୟ ତଥା କ୍ରୀଡ଼ାବିତ୍ ଭିକାରୀ ଖଣ୍ଡାୟତଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ତେବେ ଶୁକ୍ରବାର ଭୁବନେଶ୍ୱର କଳିଙ୍ଗ ସ୍ପୋର୍ଟିଂ ଏବଂ ପପୁଲାର କ୍ଲବ ଢେଙ୍କାନାଳ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଶ୍ରୀ ଖଣ୍ଡାୟତ ସୂଚନା ଦେଇଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS